ଖବରକାଗଜ ଶିଳ୍ପ ୮ ମାସରେ ସହିଲାଣି ୧୨,୫୦୦ କୋଟିର କ୍ଷତି


ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ଡାଉନ୍ ଓ ସଟଡାଉନ୍ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍କାର ସର୍ବେକ୍ଷଣ ମୁତାବକ ଲକଡାଉନ୍ ଯୋଗୁଁ ଗତ ୮ମାସ ମଧ୍ୟରେ ଦେଶର ଖବର କାଗଜ ଶିଳ୍ପ ପ୍ରାୟ ୧୨,୫୦୦ କୋଟି ଟଙ୍କାର କ୍ଷତି ସହି ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଏଭଳି ସଂକଟରୁ ଖବରକାଗଜ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ସହାୟତା ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନଏସ) ଅନୁରୋଧ କରିଛି । ଆଇଏନଏସ ଅନୁରୋଧ କରିଛି କି ନ୍ୟୁଜପ୍ରିଂଟ, ଜିଏନପି ଓ ଏଲଡବ୍ଲୁ୍ୟସି କାଗଜ ଉପରୁ ସରକାର ଆଦାୟ କରୁଥିବା ଅତିରିକ୍ତ ୫ ପ୍ରତିଶତ ସୀମା ଶ୍ଲୁକ ଛାଡ କରନ୍ତୁ, ୨ ବର୍ଷ ପର୍ଯ୍ୟନ୍ତ ଟିକସ୍ ଆଦାୟ ବନ୍ଦ କରନ୍ତୁ । ସରକାର ଖବରକାଗଜକୁ ଯେଉଁ ବିଜ୍ଞାପନ ଦେଉଛନ୍ତି ତାହା ମୂଲ୍ୟର ୫୦ ପ୍ରତିଶତ ବୃଦ୍ଧି କରନ୍ତୁ । ଛାପା ଗଣମାଧ୍ୟମରେ ସରକାରୀ ଖର୍ଚ୍ଚ ୨୦୦ ପ୍ରତିଶତ ବୃଦ୍ଧି କରନ୍ତୁ ଓ ବକେୟା ବିଜ୍ଞାପନ ଦେୟ ତୁରନ୍ତ ପୈଠ କରି ଖବର କାଗଜ ଶିଳ୍ପକୁ ସଂକଟରୁ ଉଦ୍ଧାର କରନ୍ତୁ । ସୁପ୍ରିମକୋର୍ଟ ଏକଥା ସ୍ୱିକାର କରିଛନ୍ତି କି ଅସୁବିଧା ସମୟରେ ଦେଶର ଖବରକାଗଜ ଶିଳ୍ପ ତଥ୍ୟପୂର୍ଣ୍ଣ ଖବର ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଏହାସହ ଆଇଏନଏସ ଆକଳନ କରିଛି ଯେ, ଖବରକାଗଜ ଶିଳ୍ପ ଚଳିତ ବର୍ଷ ଶେଷ ହେବା ବେଳକୁ ପ୍ରାୟ ୧୬ ଶହ କୋଟି ଟଙ୍କା କ୍ଷତିରେ ସମ୍ମୁଖୀନ ହେବ ।

Leave A Reply

Your email address will not be published.

19 + 2 =