ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ୍ ଭୁବନେଶ୍ୱର ଇଏଏଆଇ ହସ୍ପିଟାଲରେ ସୃଷ୍ଟ ୧୨୬ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ପଦରେ ଏଯାବତ୍ ନିଯୁକ୍ତି ଦିଆଯାଉ ନାହିଁ । ହସ୍ପିଟାଲ ୫୦ ଶଯ୍ୟାରୁ ୧୦୦ ଶଯ୍ୟା ମାନ୍ୟତା ପାଇବା ପରେ ରାଚ୍ୟ ସରକାର ଉପରୋକ୍ତ ପଦ ସୃଷ୍ଟି କରିଥିଲେ । ସୃଷ୍ଟି ପଦରେ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କପକ୍ଷରୁ ପରର୍ବିୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଦିଆଯିବ ବୋଲି ସରକାରଙ୍କପକ୍ଷରୁ ପରବର୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ବର୍ଷକରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ପଦ ପୂରଣ ହୋଇ ନାହିଁ । ଫଳରେ ବୀମା କାର୍ଡଧାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏଠାକୁ ଆସୁଛନ୍ତି ସତ ହେଲେ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଉଛି । ଚିକିତ୍ସା ପାଇଁ ହସ୍ପିଟାଲରେ ସମସ୍ତ ବିଭାଗ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଉଛି । ଚିକିତ୍ସା ପାଇଁ ହସ୍ପିଟାଲରେ ସମସ୍ତ ବିଭାଗ ଖୋଲିଛି ଏବଂ ପରୀକ୍ଷା ନିମନ୍ତେ ଆବଶ୍ୟକ ମେସିନ୍ ରହିଛି, କିନ୍ତୁ ଡାକ୍ତର ଏବଂ ଟେକ୍ନିସିଆନ୍ କର୍ମଚାରୀ ଅଭାବ ହେତୁ ହସ୍ପିଟାଲ ମେସିନ୍ ରହିଛି, କିନ୍ତୁ ଡାକ୍ତର ଏବଂ ଟେକ୍ନିସିଆନ୍ କର୍ମଚାରୀ ଅଭାବ ହେତୁ ହସ୍ପିଟାଲ କର୍ତୃପକ୍ଷ ରୋଗୀଙ୍କୁ ବାହାର ହସ୍ପିଟାଲକୁ ପଠାଇଛନ୍ତି । ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର କେବେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଢ଼ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଏହାକୁ ୧୦୦ ଶର୍ଯ୍ୟାର ମାନ୍ୟତା ଦେଇଥିଲେ । ରାଜ୍ୟ ସରକାର ୨୨ ଅକ୍ଟୋବର ୨୦୧୯ରେ ୧୨୬ ଡାକ୍ତର ପାରମେଡିକାଲ, ଟେକ୍ନିସିଆନ୍, ନର୍ସ ଏବଂ ଅଣଚିକିତ୍ସା କର୍ମଚାରୀ ପଦ ସୃଷ୍ଟି କରିଥିଲେ । ହସ୍ପିଟାଲର ବହିର୍ବିଭାଗକୁ ଦୈନିକ ୫୦୦ ଏବଂ ଆନ୍ତଃବିଭାଗକୁ ୧୦୦ ରୋଗୀ ଆସୁଛନ୍ତି । କମ ସଂଖ୍ୟକ ଡାକ୍ତରରେ ଏତେ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରୁ ନଥିବା ହସ୍ପିଟାଲ କର୍ତୃପକ୍ଷ କହୁଛନ୍ତି । ସାଧାରଣ ଏବଂ ଗୁରୁତର ରୋଗୀ ହସ୍ପିଟାଲ ଆସିଲେ ଚିକିତ୍ସା ଯୋଗାଇବା ପରିବର୍ତେ ଘରୋଇ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଏବଂ ଏମସ୍କୁ ରେଫର କରି ଦିଆଯାଉଛି । ଏବେ ହସ୍ପିଟାଲରେ ୨୩ ଡାକ୍ତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ସ୍ଥାୟୀ ଏବଂ ୭ ଚୁକ୍ତିଭିତିକ ଡାକ୍ତର । ୪୦ ନର୍ସ ରହିବା ସ୍ଥାନରେ ୧୨ ନର୍ସ ରହିଛନ୍ତି । ହସ୍ପିଟାଲ ୫୦ ଶର୍ଯ୍ୟା ବିଶିଷ୍ଟ ଥିଲା ବେଳେ ୮୦ ଡାକ୍ତର ଏବଂ ପାରାମେଡିଲାଲ କର୍ମଚାରୀ ଥିଲେ । କାଳକ୍ରେମେ ଡାକ୍ତର ଏବଂ ପାରମେଡିକାଲ କର୍ମଚାରୀ ଅବସରନେବାରୁ ପଦ ଖାଲି କଡିଛି । ଆଶା କରାଯାଉଛି ଜାନୁଆରୀ ଶେଷ ସୁଦ୍ଧା ନିୟୁକ୍ତି ଦିଆଯିବ । ସେହିପରି ହସ୍ପିଟାଲର ଭିତିଭୂମି ବିକାଶ ପାଇଁ କେନ୍ଦ୍ରୀୟ କର୍ମଚାରୀ ଓ ରାଜ୍ୟ ବୀମା ନିଗମକୁ ଜଣାଇ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।