ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କର କମିବ ବହି ବ୍ୟାଗ୍ ବୋଝ । ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ସେ ୨କେଜି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ । ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ ଯା’ନ୍ତି, ତା’ ହେଲେ ସ୍କୁଲ କତୃପକ୍ଷ ଏନେଇ ଅଭିଭାବକଙ୍କୁ ଜଣାଇବେ । ଏନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରି ଏହି ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରତି ତିନି ମାସରେ ଗୋଟିଏ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବସ୍ତାନୀର ଓଜନ ଯାଞ୍ଚ କରାଯିବ । ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିଦେ୍ର୍ଧଶ ଦିଆଯାଇଛି ।
ଏହି ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ୍ ବୁକ୍ ବ୍ୟବହାର କରିବେ । ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍ ବୁକ୍ ବ୍ୟବହାର କରିବେ । ଗୋଟିଏ ନୋଟ୍ ବୁକ୍ ସ୍କୁଲରେ ରହିବ । ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ ।
ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ଘଂଟାର ହୋମ ୱାର୍କ ଦିଆଯିବ । ଏନେଇ ଗତ ନଭେମ୍ବର ୨୪ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରେ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ।