ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ , ଗୃହମନ୍ତ୍ରୀ ତଥା  ‘ଲୌହ ମାନବ’ ଭାବରେ ଜଣାଶୁଣା ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ 
 ୭୫ତମ ଶ୍ରାଦ୍ଧ ବାର୍ଷିକୀ । ସେ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ଖେଡାଠାରେ ଜନ୍ମଗ୍ରହଣ କରିଥିଲେ  । ୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ହୃତଘାତରେ ଦେହ ତ୍ୟାଗ କରିଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସର୍ଦ୍ଧାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  ।