ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ସିଏମ,ମ-୦୧ ଉତକ୍ଷେପଣ କରାଯାଇଛି । ଏହାକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ୨୫ ଘଂଟିଆ କାଉଂଟଡାଉନ ପରେ ୪୪.୪ ମିଟର ଲମ୍ବ ପିଏସଏଲଭି-ସି୫୦ରେ ଇନ୍ଧନ ଭର୍ତି କରାଯାଇଥିଲା ଓ ଭାରତୀୟ ସମୟ ଅପରାହ୍ନ ୩ଟା ୪୧ ମିନିଟରେ ଦ୍ୱିତୀୟ ଲଂଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏହା ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ଅଟେ । ପିଏସଏଲଭିର ୫୨ତମ ମିଶନରେ ଏହି ଉଗ୍ରହକୁ ଉତକ୍ଷେଣ କରାଯାଇଛି । ପାଣିପାଗ ପରିସ୍ଥିତି ଅନୁଯାୟୀ ଗୁରୁବାର ଏହାକୁ ଉତକ୍ଷେଣ କରିବାକୁ ପୂର୍ବରୁ ସ୍ଥିତ କରାଯାଇଥିଲା ।ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ ଯେଉଁଥିରେ ଆଣ୍ଡାମାନ-ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜକୁ ଯୋଗାଯୋଗ ସହଜ ହେବ ।

Leave A Reply

Your email address will not be published.

nine − 9 =