ନିରାଶ୍ରୟଙ୍କୁ ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିଦେ୍ର୍ଧଶ


ଭୁବନେଶ୍ୱର: ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷେ ବିଏମ୍ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡ଼ୁଥିବା ଦେଖିବାକୁ ମିଳୁଛି । ସହରାଂଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ ନେଇଥିବା ଠିକା ସଂସ୍ଥାଙ୍କ ଅବହେଳା ଯୋଗୁଁ ରାସ୍ତାକଡ଼ରୁ ନିରାଶ୍ରୟଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇ ପାରୁ ନ ଥିଳ ଅଭିଯୋଗ ହୋଇଛି । ନିରାଶ୍ରୟଙ୍କୁ ସଚେତନ କରି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକଚୁ ବିଏମ୍ସି ପକ୍ଷରୁ ଠିକା ସଂସ୍ଥା କୁହାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳୁ । ନାହିଁ । ଫଳରେ ଅସହାୟ ଲୋକ ଶୀତ କାକରରେ ରାସ୍ତାକଡ଼ ଖୋଲା ଆକାଶ ତଳେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି । ଆକାଶ ତଳେ ଶୋଉଥିବା ଲୋକଙ୍କୁ ତୁରନ୍ତ ଆଶ୍ରୟସ୍ଥଳୀ ନେବାକୁ ବିଏମ୍ସି ଅଧିକାରୀ ଏବଂ ଠିକା ସଂସ୍ଥାଗୁଡ଼ିକ କମିସନର ନିର୍ଦେଶ ଦେଇଛନ୍ତି । ବୁଧବାର କମିସନରଙ୍କ ଅଧ୍ୟକ୍ଷତାରେ ବିଏମ୍ସିର ରାତି ଆଶ୍ରୟ ସ୍ଥଳୀରେ ଉପଲବ୍ଧ ବ୍ୟବସ୍ଥା ଏବଂ ନିରାଶ୍ରୟଙ୍କୁ କିଭଳି ଆଶ୍ରୟ ସ୍ଥଳୀ ନିଆଯିବ ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁÂିତ ହୋଇଛି । ବୈଠକରେ ଅଲୋଚନା ପରେ କମିସନର କହିଛନ୍ତି, ଯଦି ଆଶ୍ରୟ ସ୍ଥଳୀରେ ଶର୍ଯ୍ୟା ଅଭାବ ଦେଖାଦେବ ତେବେ ଶର୍ଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ହସିତ ଆବଶ୍ୟକ ପଡିଲେ ଅସ୍ଥାୟୀ ଆଶ୍ରୟ ସ୍ଥଳୀର ବନେ୍ଦାବାସ୍ତ କରାଯିବ । ବାହାରେ ବା ରାସ୍ତା କଡ଼ରେ ଶୋଇଥିବା ଭିକାରି କିମ୍ବା ବାସହୀନଙ୍କୁ ନିୟମିତ ଭାବେ । ଆଶ୍ରୟ ସ୍ଥଳୀକୁ ଅଣାଯିବ । ବିଭିନ୍ନ ସ୍ଥାନ ବୁଲି ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ବୁଝାଇ ନିକଟସ୍ଥ ସହରାଂଚଳ ଆଶ୍ରୟ ସ୍ଥଳୀକୁ ନେଇ ରଖିବାକୁ କମିସନରେ କହିଛନ୍ତି । ୟୁନିଟ୍-୩ରେ ଥିବା ସୋସିଆଲ୍ ଇକୁ୍ୟଟି ସେଂଟରର କ୍ଷମତା ୫୦ ଶଯ୍ୟା ଥିବା ବେଳେ ଏହାକୁ ୧୦୦ ଶର୍ଯ୍ୟା ବୃଦ୍ଧି କରାଯାଇଛି । ବର୍ତମାନ ଏଠାରେ ପାଖାପାଖି ୭୦ ଅନ୍ତେବାସୀ ରହିଛନ୍ତି । ଆବଶ୍ୟକ ପଡ଼ିଲେ ସୋସିଆଲ୍ ଇକୁ୍ୟଟି ସେଂଟର ନିକଟରେ ଏକ ଅସ୍ଥାୟୀ ରାତି ଆଶ୍ରୟ ସ୍ଥଳୀ କରାଯେିବ ବୋଲି ବିଏମସି ପକ୍ଷରୁ ନିଷ୍ପତି ହୋଇଛି । ରାସ୍ତ କଡ଼ରେ ଶୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଠିକ୍ ସଂସ୍ଥ୍ୟ ଆଶ୍ରୟ ସ୍ଥଳୀକୁ ଦେବାକୁ ନେବାକୁ ପଦକ୍ଷେପ ନେବ । ସେମାନେ ଏଥିରେ କମିସନରେଟ ପୋଲିସ ସହଯୋଗ ନେଇ ପାରିବେ ।

Leave A Reply

Your email address will not be published.

seventeen − 13 =