ରାଜ୍ୟରେ ଲକ୍ଷେ ୨୦ହଜାରରୁ ଅଧିକ ପଦବୀ ଖାଲି


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୧ଲକ୍ଷ ୨୦ହଜାରରୁ ଅଧିକ ପଦପଦବୀ ଖାଲିପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଘରୋଇ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ରାଜସ୍ୱ ବିଭାଗ ଏବଂ ଅନ୍ୟ ଯାନ୍ତ୍ରିକ ବିଭାଗଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ରହିଛି । ନଅମାସ ଧରି କରୋନା କଲବଲ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋଜଗାର ଶୂନ୍ୟ ହୋଇପଡ଼ିଥିବା ଲୋକଙ୍କ ନିକଟରେ ଅ ।ୟର ପନ୍ଥା ପହଞ୍ଚାଇବା ସହିତ ନିଅଣ୍ଟିଅ । ଅ ।ର୍ଥିକ ସ୍ଥିତିର ଭରଣା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱାରୋପ କରୁଥିବା ବେଳେ ଏହି ୯ ମାସ ମଧ୍ୟରେ ସରକାରୀ ପଦପଦବୀଗୁଡ଼ିକ ପୂରଣ ଦିଗରେ ସେଭଳି କିଛି ସକରାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୭ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା କୁହାଯାଉଥିବା ବେଳେ ଉଚ୍ଚଶିକ୍ଷା ବିଭାଗରେ ପାଖାପାଖି ୮ ହଜାର ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ପ୍ରାୟ ୨ହଜାର ପଦବୀ ଖାଲି ପଡ଼ିଥିବା କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗରେ ୧୫ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ବେଳେ ଘରୋଇ ବିଭାଗରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ୧୪ହଜାରରୁ ଅଧିକ ହେବ ବୋଲି ଅ ।ଶଙ୍କା କରାଯାଉଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ବିଭିନ୍ନ ପାହ୍ୟାର ୭ହଜାରରୁ ଅଧିକ ପଦବୀ ଖାଲି ରହିଥିବା ବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବି ପ୍ରାୟ ୬ହଜାର ପର୍ଯ୍ୟନ୍ତ ପଦବୀ ଖାଲିପଡ଼ିଛି ।
ଜଳସେଚନ, ପୂର୍ତ୍ତ, ନଗର ଉନ୍ନୟନ, ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଅ ।ଦି ବିଭାଗରେ ମଧ୍ୟ ବ୍ୟାପକ ପଦବୀ ଖାଲି । ଜଙ୍ଗଲ ଓ ପରିବେଶ ବିଭାଗରେ ପ୍ରାୟ ୪ହଜାର ପଦବୀ ଖାଲି ପଡ଼ିଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ପାଖାପାଖି ସାେ ୪ହଜାର ପଦବୀ ଖାଲିଥିବା କୁହାଯାଉଛି । ଖାଲି ପଡ଼ୁଥିବା ପଦବୀଗୁଡ଼ିକ ମଧ୍ୟରେ ପ୍ରାୟ ୬୪ହଜାର ତୃତୀୟ ଶ୍ରେଣୀ ପାହ୍ୟାର ଥିବା ବେଳେ ୨୩ହଜାରରୁ ଅଧିକ ହେଉଛି ଚତୁର୍ଥ ଶ୍ରେଣୀ ପାହ୍ୟାର । ପ୍ରଥମ ଶ୍ରେଣୀ ବା ଗ୍ରେଡ୍ ଏ’ ପାହ୍ୟାରେ ପ୍ରାୟ ୯ ହଜାର ପଦବୀ ଓ ଦ୍ୱିତୀୟ ଶ୍ରେଣୀ ବା ଗ୍ରେଡ୍ ବି’ରେ ପାଖାପାଖି ୨୫ହଜାର ପଦବୀ ଖାଲି ପଡ଼ିଥିବା ଅ ।ଶଙ୍କା କରାଯାଉଛି । ଏହାଛଡ଼ା ଗ୍ରାଣ୍ଟ-ଇନ୍-ଏଡ୍ ସଂସ୍ଥାଗୁଡ଼ିକରେ ବି ୧୧ହଜାରରୁ ଅଧିକ ପଦବୀ ଖାଲିପଡ଼ିଥିବା କୁହାଯାଉଛି । ଗୋଟିଏ ପଟେ ନିଯୁକ୍ତି ନ ପାଇ ବର୍ଷ ବର୍ଷ ଧରି ଶିକ୍ଷିତ ବେକାରମାନେ ବାରଦୁଅ ।ର ଶୁଣ୍ଢିପିଣ୍ଡା ହେଉଥିବା ବେଳେ ଅନ୍ୟପଟେ ବିଭିନ୍ନ ପାହ୍ୟାରେ ବ୍ୟାପକ ପଦବୀ ଖାଲି ଯୋଗୁ ସରକାରୀ କାର୍ଯ୍ୟ ବି ବ୍ୟାହାତ ହେଉଛି । ତେବେ ବିଭିନ୍ନ ବିଭାଗର ଖାଲି ପଡ଼ିଥିବା ପଦପଦବୀଗୁଡ଼ିକ କିପରି ଅଗ୍ରାଧିକାର ଭିତ୍ତିରେ ପୂରଣ ହେବ ତାହା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତର୍ଜମା କରୁଥିବା ବେଳେ ଅର୍ଥ ବିଭାଗ ମଧ୍ୟ ନଜର ରଖିଛି ।

Leave A Reply

Your email address will not be published.

five + 6 =