ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଦୁଇମାସର ଲକ୍ଡାଉନ ଏବଂ ଅମ୍ଫାନ ବାତ୍ୟାର ପ୍ରଭାବରେ ରାଜ୍ୟର ଛାତଛାତ୍ରୀ ଆଜି ଦୁର୍ଦ୍ଧଶାଗ୍ରସ୍ତ । କର୍ମସଂସ୍ଥାନ ବନ୍ଦ ଫଳରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । କର୍ମ ହରାଇ ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ପ୍ରବାସୀ ଶ୍ରମିକ କଳ୍ପନାତୀତ ପଥକଷ୍ଟ ସହି ଓଡିଶାରେ ପହଂଚୁଛନ୍ତି । ଏହି ଦୁର୍ଦ୍ଧିନରେ ସରକାର ସମ୍ବେଦନଶୀଳ ହୋଇ ସେମାନଙ୍କ ସନ୍ତାନସନ୍ତତିଙ୍କ ସମସ୍ତ ଫିସ୍ ଛାଡ କରିବା ସହ ମାଗଣାରେ ନବମ ଓ ଦଶମ ଶ୍ରେଣୀ ବହି ଯୋଗାଇ ଦେବେ ବୋଲି ରାଜ୍ୟବାସୀ ଆଶା କରୁଥିଲେ । ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ଜନଗଣଙ୍କ ଟିକସରୁ ଲୁଟେରାମାନଙ୍କୁ ଋଣଛାଡ ଓ କର୍ପୋରେଟ ହାଉସମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିବା ଚରମ ଜନବିରୋଧୀ ପଦକ୍ଷେପ ବୋଲି ଆଜି ପ୍ରମାଣିତ ହୋଇଛି । ନିକଟରେ ୟୁଜିସି ଏବଂ ଏମ.ଏଚ. ଆର.ଡି ସିଧାସଳଖ କ୍ଲାସରୁମ ପାଠପଢା ଓ ପରୀକ୍ଷା ପରିଚାଳନା ପରିବର୍ତ୍ତେ ଅନଲାଇନ ମାଧ୍ୟମରେରେ ପାଠପଢା, ପରୀକ୍ଷା ପରିଚାଳନା ଓ ଫଳପ୍ରକାଶନ ବାଧ୍ୟତାମୂଳକ ଭାବେ ଲଦି ଦେବାକୁ ଷଡଯନ୍ତ୍ର କରିଛନ୍ତି । ବୈଷୟିକ ଜ୍ଞାନ ଓ କଂପୁ୍ୟଟର ପରିଚାଳନା ଦକ୍ଷତା ନଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ ଏବଂ ସଠିକ ମୂଲ୍ୟାୟନ ନେଇ ମଧ୍ୟ ଛାତ୍ର ସମାଜ ଭିତରେ ନାନା ପ୍ରଶ୍ନ ଉତଥାପିତ ହେବ । ରାଜ୍ୟର ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏ.ଆଇ.ଡି.ଏସ୍.ଓ ତରଫରୁ ଆଜି ସାରା ଓଡିଶା ଦାବି ଦିବାସ ଡାକରା ଦିଆଯାଇଛି । ଏହି ଅବସରରେ ଆଜି ଏ.ଆଇ.ଡି.ଏସ.ଓ ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ ଓ ରାଜ୍ୟ ସଂପାଦକ ସୁବାସ ନାୟକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ସମ୍ମଳିତ ସ୍ମାରକ ପତ୍ର ଦେବା ସହିତ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟା ରେଖା ଦଣ୍ଡପାଟ, ଭୁବନେଶ୍ୱର ସିଟି ସଭାପତି ନସୀମ ସରକାର, ସଂପାଦିକା ସ୍ୱସ୍ତି ସଂଗୀତା ଦଳାଇ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରାଜ୍ୟର ବହୁ ଜିଲ୍ଲାରେ ଏବଂ ବିଭିନ୍ନ ବ୍ଲକରେ ସଂଗଠନ ପକ୍ଷରୁ କର୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଓ ଅମ୍ଫାନ ବାତ୍ୟାର ଭୟାବହ ପରିସ୍ଥିତିରେ ରାଜ୍ୟର ସମସ୍ତ (ସରକାରୀ ଓ ବେସରକାରୀ) ଶିକ୍ଷାନୁଷ୍ଠାନ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରକାର ଫିସ୍ ଛାଡ କରିବା, ନବମ ଓ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ପାଠ୍ୟପୁସ୍ତକ ଯୋଗାଇ ଦେବା, ଶ୍ରେଣୀଗୃହ ପାଠପଢା ପରିବର୍ତେ କେବଳମାତ୍ର ଅନ୍ଲାଇନ୍ ଯୋଗେ ହିଁ ପାଠପଢା ଏବଂ ପରୀକ୍ଷା ପରିଚାଳନା, ଖାତା ଦେଖିବା ନିଷ୍ପତିକୁ ପ୍ରତ୍ୟାହାର କରିବା ଓ ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବିରେ ଏହି ସ୍ମାରକପତ୍ର ଦିଆଯାଇଛି ।

Leave A Reply

Your email address will not be published.

5 × four =