ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବୈଷୟିକ ଅନୁଷ୍ଠାନରେ ନାମଲେଖାପାଇଁ ଓଡିଶାର ଛାତ୍ର ଛାତ୍ରୀମାନେ ଓଡିଆ ଭାଷାରେ ଜେଇଇ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷରୁ ଓଡିଆ ଭାଷାରେ ଜେଇଇ ପ୍ରଶ୍ନପତ୍ର ହେବ । ଦେଶରେ ବିଭିନ୍ନ ଭାରତୀୟ ଭାଷା ସହ ଓଡିଆରେ ପ୍ରଶ୍ନପତ୍ର ଉପଲବ୍ଧ ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନସି ସହମତି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଓଡିଆ ଭାଷାରେ ଜେଇ ପ୍ରଶ୍ନପତ୍ର ଉପଲବ୍ଧ କରାଇବା ତଥା ଓଡିଆ ଭାଷାରେ ଓଡିଶାର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାଲାଗି ସୁଯୋଗ ଦେବା ଲାଗି ରାଜ୍ୟସରକାର ଅନୁରୋଧ କରିଥିଲେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ରାଜ୍ୟ ସରକାରଙ୍କ ଅନୁରୋଧକୁ ଗ୍ରହଣ କରି ଓଡିଆରେ ପ୍ରଶ୍ନପତ୍ର କରାଇବା ଲାଗି ସହମତି ପ୍ରକାଶ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।