ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲା ଡ୍ରାଇଭର, ପୋଡିଗଲା ଧାନ


ବୁଗୁଡା: ସରିଥିଲା ନିର୍ବନ୍ଧ ଆସନ୍ତା ସରସ୍ୱତୀ ପୂଜା ଦିନ ହୋଇଥାନ୍ତା ବାହଘର । ହେଲେ ନିଜ ମାଲିକର ଟ୍ରାକ୍ଟରଟିକୁ ବିଦ୍ୟୁତ ନିଆଁରୁ ବଂଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର । ପ୍ରାଣ ହରାଇଥିବା ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ତାରସିଂ ଥାନା ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ଲଡୁ କିଶୋର ପ୍ରଧାନଙ୍କ ଏକ ମାତ୍ର ପୁଅ ମନୋଜ ପ୍ରଧାନ(୩୪) ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବୁଗୁଡ଼ା ଥାନା ବିରଂଚିପୁର ପଂଚାୟତ ଅନ୍ତର୍ଗତ ବି. ବ୍ରହ୍ମପୁର ଗ୍ରାମରେ । କାନ୍ଦ ବୋବାଳିରେ ଫାଟି ପଡିଛି ବୁଗୁଡ଼ା ମେଡିକାଲ ପରିସର । ଏକ ମାତ୍ର ରୋଜ ଗାରିଆ ପୁଅକୁ ହରାଇ ବାପା, ମା ଜଡ଼ ପାଲଟି ଯାଇଥିବା ବେଳେ ଗ୍ରାମବାସୀ ବିଦୁ୍ୟତ୍ ବିଭାଗରେ ଅବହେଳାକୁ ଦାୟୀ କରିଛନ୍ତି । ଧାନ ଅମଳ କରିବା ପାଇଁ ମନୋଜ ଟ୍ରାକ୍ଟରରେ ଧାନ ଅମଳ ମେସିନ ଲଗାଇଥିଲେ । ମେସିନ ଚାଲିଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦୁ୍ୟ ତାରରୁ ନିଆଁ ଝୁଲ ଖସି ଥିଲା । କାଳେ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡିଯିବ ଭାବି ଘୁଂଚାଇବା ପାଇଁ ମନୋଜ ଟ୍ରାକ୍ଟର ଷ୍ଟାର୍ଟ କରୁଥିବା ସମୟରେ ହଠାତ୍ ତାର ଛିଣ୍ଡି ଟ୍ରାକ୍ଟର ଉପରେ ପଡିବା ଫଳରେ ଗାଡି ସାରା ବିଦୁ୍ୟତ ପ୍ରବାହ ହୋଇ ଯାଇଥିଲା । ଫଳରେ ମନୋଜଙ୍କ ହାତ ଜଳି ଯିବା ସହ ବିଦ୍ୟୁତ ଧକ୍କାରେ ଫୋପାଡି ହୋଇ ପଡିଥିଲେ । ସ୍ଥ୍ାନୀୟ ଯୁବକ ମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମନୋଜଙ୍କୁ ବୁଗୁଡା ମେଡିକାଲ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ ଖବର ପାଇ ବୁଗୁଡ଼ା ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହ ୪୦/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇ ଥିବା ଏଏସଆଇ ଯୁଧିÂିର ମହାଙ୍କୁଡ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡରେ ବି.ବ୍ରହ୍ମପୁର ଗ୍ରାମର ଧାନ ଅମଳ କରୁଥିବା ସୁକାନ୍ତି ନାୟକଙ୍କ ସବୁ ଧାନ ସହ ଧାନ ଅମଳ ପାଇଁ ଆସିଥିବା ମେସିନଟି ମଧ୍ୟ ଜଳି ଯାଇଛି । ମନୋଜ ନୁଆଁ ଦଦରା ଖୋଲ ଗ୍ରାମର ଦାଶରଥି ନାୟକଙ୍କ ଟ୍ରାକଟର ଡ୍ରାଇଭର ଭାବେ କାମ କରୁଥିଲେ । ତିନି ଭଉଣୀଙ୍କ ଗେଲା ଭାଇ ଥିବା ମନୋଜଙ୍କ ନିକଟସ୍ଥ କରଚୁଲି ଗ୍ରାମରେ ବାହାଘର ଠିକ୍ ହୋଇ ନିର୍ବନ୍ଧ ସରିଥିଲା । ଆସନ୍ତା ଜାନୁୟାରୀ ମାସରେ ହୋଇଥାନ୍ତା ବାହାଘର । ହେଲେ ତାହା ପୂର୍ବରୁ ଅକାଳରେ ଚାଲିଗଲା ଜୀବନ । ପ୍ରାୟ ସପ୍ତାହ ତଳେ ସେହିସ୍ଥାନରେ ବିଦୁ୍ୟତ୍ ଆଘାତରେ ଏକ ମାଙ୍କଡ଼ର ମୃତୁ୍ୟ ଘଟିଥିବା ବେଳେ ସେହି ଦିନ ଠାରୁ ବିଦୁ୍ୟତ୍ ତାରରୁ ନିଆଁ ଝୁଲ ବାହାରୁଥିବା ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ଜଣାଇଥିବା କହିଛନ୍ତି ।
ଦୁର୍ଘଟଣା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ତାର ସଜାଡିବାକୁ ଯାଇଥିଲେ ହେଁ ସମ୍ପୂର୍ଣ୍ଣ ତାର ବଦଲାଇ ଦୂଆ ତାର ପକେଇବା ପାଇଁ ଗ୍ରାମ ବାସୀ ଅଡି ବସିଥିବା ଜଣାଯାଇଛି ।

Leave A Reply

Your email address will not be published.

seven − 4 =