ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସଂପର୍କ ଛିନ୍ନ କଲା ଆମରିକା

ଶିଂଟନ୍- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସଂପର୍କ ଛିନ୍ନ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସମାୟିକ ପାଣ୍ଠି ଯୋଗାଣ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ଆଜି ସଂପର୍କ ଛିନ୍ନ କରିଛନ୍ତି । ଡବ୍ଳୁଏଚ୍ଓ କୁ ଚୀନ ନିଜ ଅକ୍ତିଆରରେ ରଖିଛି ବୋଲି ଆମେରିକା ଅଭିଯୋଗ କରିଛି । ଆମେରିକାରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିକମାନଙ୍କ ଉପରେ ବ୍ୟାନ ଲଗାଯାଇଛି । ଆଇନ ଅନୁସାରେ ଆମେରିକାରେ କାମ କରୁନ ଥିବା କମ୍ପାନୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା କହିଛି । ଷ୍ଟକ ଏକ୍ସଚେଞ୍ଜ ଏହି କମ୍ପାନୀ ଗୁଡିକର ତାଲିକା ପ୍ରସ୍ତୁତ କରିଛି । ଏତଦ୍ ବ୍ୟତିତ ଗ୍ରେଟ ବ୍ରିଟେନ ସହ ହୋଇଥିବା ଚୁକ୍ତିର ଉଲ୍ଲଂଘନ ହୋଇଥିବାରୁ ଆମେରିକା ପକ୍ଷରୁ ହଂକଂକୁ ଦିଆଯାଇଥିବା ସ୍ପୋସାଲ ଟ୍ରେନ, ଟ୍ରାଭେଲ ଷ୍ଟାଟସ ଇତ୍ୟାଦି ପ୍ରତ୍ୟାହାର କରାଯିବ । ଚୀନ ପାଇଁ ଆମେରିକା ସହ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ମୃତୁ୍ୟ ହୋଇଛି ।

Leave A Reply

Your email address will not be published.

7 + three =