ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱସ୍ଥରୀୟ ଉତ୍ପାଦ ପ୍ରସ୍ତୁତ ଉପରେ ମୋଦୀଙ୍କ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ର ଶେଷ ରବିବାରରେ ଆଜି ନିଜ ମନର କଥା ଦେଶବାସୀଙ୍କୁ କହିଛନ୍ତି। ସେ କହିଛନ୍ତି, ଚାରି ଦିନ ପରେ ବର୍ଷ ଅତିବାହିତ ହେବାକୁ ଯାଉଛି। ଏହି ବର୍ଷ ଆମପାଇଁ ଅନେକ ଆହ୍ୱାନ ଏବଂ ସଙ୍କଟ ଦେଖାଦେଇଥିଲା କିନ୍ତୁ ଆମେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛୁ। ସେ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱ ସ୍ତରୀୟ ଉତ୍ପାଦ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ବର୍ଷ ୨୦୨୧ରେ ନୂଆ ସଂକଳ୍ପ ଗ୍ରହଣ କରିବାର ସମୟ ଆସିଛି। ଆମ ଦେଶ ୨୦୨୧ ମସିହାରେ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ ଯାହା ଭାରତର ବିଶ୍ୱରେ ମାନ୍ୟତା ଏବଂ ସଶକ୍ତିକରଣ ହେବାର ଇଚ୍ଛଠାରୁ ଅଧିକ ହେବ। ଲୋକମାନଙ୍କ ଠାରୁ ମିଳିଥିବା ଚିଠିଗୁଡ଼ିକରେ ଏକ ବିଶେଷ ବାର୍ତ୍ତା ରହିଛି ଓ ତାହା ହେଉଛି ଲୋକମାନେ ଦେଶର ଶକ୍ତି ଓ ଦେଶବାସୀଙ୍କ ସାମୂହିକ ଶକ୍ତିକୁ ସେମାନେ ପ୍ରଶଂସା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯେତେବେଳେ ଜନତା କର୍ଫ୍ୟୁ ଭଳି ଅଭିନବ ପରୀକ୍ଷଣ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା ସେତେବେଳେ କରତାଳି ଦେଇ ଦେଶ ଏକତା ପ୍ରଦର୍ଶନ କରିଥିଲା ଓ ଆମର କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଦେଇଥଲା। ସେ କହିଛନ୍ତି, ଆମ ପାଇଁ ସମୟ ଆହ୍ୱାନପୂର୍ଣ୍ଣ ଥିଲା ଓ ଅନେକ ସଙ୍କଟ ଆସିଥିଲା, ବିଶ୍ୱରେ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା କିନ୍ତୁ ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କରିଥିଲୁ।

Leave A Reply

Your email address will not be published.

3 × three =