ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ଧରି ୪୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୀମିତ ରହୁଥିବା ବେଳେ ଆଜି ଏହା ୩୦୦ ମଧ୍ୟରେ ସୀମିତ ଥିବା ଦେଖାଯାଇଛି। ଦିନକରେ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୩୬, ସ୍ଥାନୀୟ ୯୮। ମୋଟ ପଜିଟିଭ ସଂଖ୍ୟା ୩,୨୮,୭୩୮କୁ ବୃଦ୍ଧି ପାଇଛି। ୩,୨୪,୦୬୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୭୫୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୦, ବରଗଡ ୨, ଭଦ୍ରକ ୩, ବଲାଙ୍ଗୀର ୧୦, କଟକ ୧୨, ଦେଓଗଡ ୩, ଗଞ୍ଜାମ ୪, ଜଗତସିଂହପୁର ୫, ଯାଜପୁର ୧୬, ଝାରସୁଗୁଡା ୧୫, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୮, ଖୋର୍ଦ୍ଧା ୨୫, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୧୭, ନୟାଗଡ ୫, ନୂଆପଡା ୪, ସମ୍ବଲପୁର ୯, ସୋନପୁର ୧, ସୁନ୍ଦରଗଡ ୨୮ ଓ ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।