ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ମେଲବର୍ଣ୍ଣ: ମେଲବର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିରେ ଜବରଦସ୍ତ ବୋଲିଂ ସାଙ୍ଗକୁ ବ୍ୟାଟିଂ କରି  ୮ ୱିକେଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ହରାଇଛି ଭାରତ। ଭାରତକୁ ୭୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଅଷ୍ଟ୍ରେଲିଆ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ବରାବର ହୋଇଛି। ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି  ଲକ୍ଷ୍ୟକୁ ପିଛା କରି ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ  ଶୁବମନ୍ ଗିଲ୍ ଓ କ୍ୟାପଟେନ ରାହାଣେ ଚମତ୍କାର ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି। ବ୍ୟକ୍ତିଗତ ଭାବେ ଗିଲ ୩୫ ଓ  କ୍ୟାପଟେନ ରାହାଣେ ୨୭ ରନ କରି ଅପରାଜିତ ରହି ଭାରତରୁ ୨୦୨୦ ବର୍ଷର ଶେଷ ମ୍ୟାଚ ଜିତାଇଛନ୍ତି। ମୟଙ୍କ ଅଗ୍ରଓ୍ବାଲ ୫ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ପୂଜାରା ପ୍ୟାଟ୍ କମିନ୍ସଙ୍କ ବଲରେ ୩ରନ କରି ଆଉଟ ହୋଇଥିଲେ।

Leave A Reply

Your email address will not be published.

19 − 15 =