ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛି ବିଏମସି


ଭୁବନେଶ୍ୱର: ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ବ୍ରିଟେନ ଫେରନ୍ତାଙ୍କୁ ଖୋଜା ଚାଲିଛି ବୋଲି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚା ଦେଇଛନ୍ତି । ଏଣେ ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି ।
ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ ୨୦ ଜଣ ବ୍ରିଟେନ୍ ଫେରନ୍ତାଙ୍କ ତାଲିକା ପାଇଥିଲା । ସେମାନଙ୍କର ଟେଷ୍ଟ କରାଯିବା ପରେ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଳି ୫୦ରୁ ୬୦ ଜଣ ବି୍ରଟେନ ଫେରନ୍ତାଙ୍କ ତାଲିକା ମିଳିଛି । ଆଜି ସନ୍ଧ୍ୟା ଅଥବା ଆସନ୍ତାକାଲି ସୁଦ୍ଧା ବିଏମସି ତୁଡାନ୍ତ ରିପୋର୍ଟ ଦେଇପାରିବ । କିନ୍ତୁ ଭୁଲ୍ ଫୋନ୍ ନମ୍ବର ଯୋଗୁ ବି୍ରଟେନ ଫେରନ୍ତାଙ୍କ ଚିହ୍ନଟରେ ଅସୁବିଧା ଉପୁଜିଛି ବୋଲି ସେ କହିଛନ୍ତି ।
ଏଣେ ପତା ମିଳୁ ନଥିବା ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ବି୍ରଟେନରୁ ଫେରିଥିବା ୧୮୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ବାକି ୬୨ ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ । ଭୟ କରିବାର କୌଣସି କଥା ନାହିଁ । ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍ ଚିହ୍ନଟ ହେବ, ସେମାନଙ୍କର ଜିନ୍ ସିକ୍ୱେନ୍ସିଂ ଦେଖିବୁ ଏବଂ ଆକାଡେମିକ୍ ରିସର୍ଚ କରିବାକୁ ଖୋଜୁଛୁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଷ୍ଟେ୍ରନ୍ ନେଇ କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶାବଳୀ ପାଳନ କରାଯାଉଛି । ଯେଉଁ ୮ରୁ ୧୦ଟି ଦେଶରେ ନୂଆ ଷ୍ଟେ୍ରନ୍ ଦେଖାଯାଇଛି, ସେଠି ମୃତୁ୍ୟ ସଂଖ୍ୟା ବିଶେଷ ନାହିଁ ।

Leave A Reply

Your email address will not be published.

four × five =