ଅଗ୍ନିକାଣ୍ଡରେ ଜଳିଗଲା କାର ଓ ବାଇକ୍

ରାଉରକେଲା : ରାଉରକେଲାର ବସନ୍ତି କଲୋନୀରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଗ୍ନିକାଣ୍ଡ ଘଟିଛି। ଏଲ-୫୭କ୍ୱାର୍ଟରରେ ନିଆଁ ଲାଗି ଦୁଇଟି ବାଇକ୍ ଓ କାର୍ ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଲୋକଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କେହି ଦୁର୍ବୃତ୍ତ  କିମ୍ବା ଆକ୍ରୋଶ ମୂଳକ ଭାବେ କେହି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

Leave A Reply

Your email address will not be published.

2 + 11 =