ଖୋଲିଲା ବିରଜା ମନ୍ଦିର


ଯାଜପୁର: କରୋନା ପାଇଁ ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ମା’ ବିରଜାଙ୍କ ମନ୍ଦିର । ଆଜି ସକାଳ ୬ ଟାରୁ ପୁଲିସ ଓ ପ୍ରଶାସନର ଉପସ୍ଥିତିରେ କରୋନା କଟକଣା ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ସହିତ ମା ବିରଜାଙ୍କୁ ଦର୍ଶନ ଲାଭକରିଥିଲେ । ପ୍ରାତଃ କାଳରୁ ଅତ୍ୟଧିକ ଶୀତ ଥିବାରୁ କମ୍ ସଂଖ୍ୟକ ଭକ୍ତମାନଙ୍କୁ ଦେଖିବାକୁ ମିଳିଥିବା ବେଳେ ଦିନ ସମୟରେ ଏହା ବଢିବାକୁ ଲାଗିଥିଲା । ମଧ୍ୟାହ୍ନ ସମୟ ଅର୍ଥାତ୍ ଦିନ ୧ଟାରୁ ୩ ଟା ପର୍ଯ୍ୟନ୍ତ ମନ୍ଦିରର ପହଡ଼ ପଡିଯିବାରୁ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ କରାଯାଇ ନଥିଲା । ପୁନଶ୍ଚ ୩ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ କରି ମାଙ୍କୁ ଦର୍ଶନ କରିଥିଲେ । ସଂଧ୍ୟା ସମୟରେ ଠିକ୍ ୫ଟା ବେଳକୁ ଭକ୍ତଙ୍କ ପ୍ରବେଶକୁ ବନ୍ଦ କରାଯାଇଥିଲା । ପ୍ରଥମ ଦିନରେ ବିଶେଷ ଭାବରେ ସ୍ଥାନୀୟ ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ ମନ୍ଦିରରେ ମୋଟ ୧୭ ଗୋଟି ପିଣ୍ଡ କାର୍ଯ୍ୟ ପଞ୍ଜିକରଣ କରାଯାଇ ସମାପନ କରାଯାଇଥିଲା । ଭୋଗଲାଗି କରୁଥିବା ଭକ୍ତମାନଙ୍କ ମଧ୍ୟ ପଞ୍ଜ୍ିକରଣ କଲାପରେ ଭୋଗଦାନ କରୁଥିଲେ । ଭକ୍ତମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଧାଡ଼ିରେ ସୁରୁଖୁରୁରେ ଯାଇ ମାଙ୍କୁ ଦର୍ଶନ କରିଥିଲେ । ମନ୍ଦିର ସମ୍ମୁଖରେ ଭକ୍ତମାନେ ଦେହର ତାପମାତ୍ରା ପରୀକ୍ଷା କରିବା ସହ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଆଜି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପ-ଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳ ଉପସ୍ଥିତ ଥିବା ବେଳେ ଅପରାହ୍ନ ୪ଟା ୩୦ ମିନିଟରେ ଯାଜପୁର ଜିଲ୍ଳାପାଳ ଚକ୍ରବର୍ତି ସିଂ ରାଠୋର ପହଂଚି ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନରେ ରହି ମା’ଙ୍କୁ ଦର୍ଶନ କରିଥିଲେ । ପ୍ରଶାସନ ଓ ସ୍ଥାନୀୟ ପୁଲିସ୍ର ସମସ୍ତ ସହାୟତାରେ ଏହି ମନ୍ଦିର ପ୍ରବେଶ ନୀତିକୁ ମନ୍ଦିରର ସମସ୍ତ ବ୍ରାହ୍ମଣ ଏବଂ କର୍ମର୍କତାଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳିତ କରାଯାଇଥିଲା ଏବଂ ଏଥିରେ ୨ ପ୍ଳାଟୁର୍ନ ଫୋର୍ସ ମୃତୟନ ହୋଇଥିଲେ ।

Leave A Reply

Your email address will not be published.

one × 4 =