ପଜିଟିଭଙ୍କ ସଂଖ୍ୟା ୧,୦୨,୬୬,୬୭୪ ; ଦିନକରେ ଆକ୍ରାନ୍ତ ୨୧,୮୨୧

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ କିଛି ଦିନ ମଧ୍ୟରେ ୨୫ ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୧,୮୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୬,୧୩୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ୨୯୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮,୭୩୮ରେ ପହଞ୍ଚିଛି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୨,୬୬,୬୭୪କୁ ବୃଦ୍ଧି ପାଇଛି। ୨,୫୭,୬୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୮,୬୦,୨୮୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave A Reply

Your email address will not be published.

five + fourteen =