ଆଉ ୫ଜଣ ଆକ୍ରାନ୍ତଙ୍କ ପାଖରେ ବ୍ରିଟେନ ଷ୍ଟ୍ରେନ

ନୂଆଦିଲ୍ଲୀ : ଭାରତରେ କାୟା ବିସ୍ତାର କରି ଚାଲିଛି କରୋନାର ନୂଆ ଷ୍ଟ୍ରେନ । ଭାରତରେ ଗୁରୁବାର ଆଉ ୫ଜଣ ଏହି ବ୍ରିଟେନର ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।ଏନଆଇଭି ପୁଣେରୁ ୪ଜଣ ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନାରେ ବ୍ରିଟେନ ର ନୂଆ ଭାଇରସ ଥିବା ଜଣାପଡିଛି । ଏଥିସହ ୟୁକେ ଭାଇରସ ଚିହ୍ନଟ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି । ତେବେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁଯାୟୀ , ମଙ୍ଗଳବାର ୬ ବ୍ରିଟେନ ଫେରନ୍ତାଙ୍କ ପାଖରେ ନୂଆ ଷ୍ଟ୍ରେନ ଠାବ ହୋଇଥିଲା । ଏହା ପରେ ବୁଧବାର ଆଉ ୧୪ ବ୍ରିଟେନ ଫେରନ୍ତାଙ୍କଠାରେ ଏହି ଷ୍ଟ୍ରେନ ଜିହ୍ନଟ ହୋଇଥିଲା । ତେବେ ଗତ ମଙ୍ଗଳବାର ଯେଉଁ ୬ ନମୁନାରେ ବ୍ରିଟେନର ନୂଆ ଷ୍ଟେ୍ରନ ଚିହ୍ନଟ ହେଇଥିଲା ସେଥିରୁ ୩ଟି ନମୁନା ବେଙ୍ଗାଲୁରୁର ନିମହାନସ ଲ୍ୟାବରେ ପରୀକ୍ଷା କରାଯାଇଥିବା ବେଳେ ୨ଟି ନମୁନା ହାଇଦ୍ରାବାଦର ସିସିଏମବି ଏବଂ ଗୋଟିଏ ପୁଣେର ନ୍ୟାଶନାଲ ଇନଷ୍ଟିଚୁ୍ୟଟ ଅଫ ଭାଇରୋଲୋଜିରେ ଚିହ୍ନଟ ହୋଇଥିଲା । ଆଜି ଚିହ୍ନଟ ହୋଇଥିବା ୧୪ ନମୁନାରୁ ଦିଲ୍ଲୀର ଏନସିଡିସି ଲ୍ୟାବରେ ସର୍ବାଧିକ ୮ ନମୁନାରୁ ନୂଆ ଷ୍ଟେ୍ରନ ଠାବ ହୋଇଥିଲା ।ସେହିପରି କଲକତାର ଏନଆଇବିଜିରେ ଗୋଟିଏ ନମୁନା, ବେଙ୍ଗାଲୁରୁ ନିମ୍ହାନ୍ସରେ ୪ ଏବଂ ଆଇଜିଆଇବି ଲ୍ୟାବରେ ଗୋଟିଏ ନମୁନାରୁ ନୂଆ ଷ୍ଟ୍ରେନ ମିଳିଥିଲା ।

Leave A Reply

Your email address will not be published.

3 × 3 =