ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ ଭି ୪୨ ନମ୍ୱର୍ ଗ୍ରାମର ବରଗଚରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା କରିଥିବା ଗୁରୁବାର ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ,  ଉଭୟ ଗୋଟେ ମନ୍ଦିରରେ ବାହା ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପୋଡି ନଥିଲେ ସୁଦ୍ଧା ଏହା ପ୍ରେମ ଜନିତ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।  ଏଥି ନେଇ ମାଲକାନଗିରି ପୁଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ମତାନ୍ତର ରହି ଥିବାରୁ ଏହି ପ୍ରେମୀ ଯୁଗଳ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.

12 − 8 =