କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ : କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବଲାଙ୍ଗୀର ଜିଲାର  ଲାଥୋରର କୋଟିପତି ସମବାୟ ବ୍ୟାଙ୍କ ପରିଚାଳକ ସାଗର ରଣାଙ୍କ ଟିଟିଲାଗଡ଼ ସ୍ଥିତ ବାସଭବନରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି।  ଏହାସହ ତାଙ୍କ ଶଶୁର ଘର ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗ୍ରାମ, ଲାଥୋର ବ୍ୟାଙ୍କରେ ଭିଜିଲାନ୍ସ ବିଭାଗ ବଲାଙ୍ଗିର ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଚଢ଼ାଉ ହୋଇଛି।  ଏକ କୋଟି ରୁ ଊର୍ଦ୍ଧ୍ବ ମୂଲ୍ୟର ଘର, କାର ସମେତ ବହୁ ବ୍ୟାଙ୍କ୍ ଜମା ଠାବ ହୋଇଛି। ଭିଜିଲାନ୍ସ ଚଢାଉ ଜାରି ରଖିଛି।

Leave A Reply

Your email address will not be published.

twelve − four =