ୱାଶିଂଟନ : ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଭାରତ କହିଛି ଯେ ଅସ୍ଥାୟୀ ସଦସ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତିଙ୍କ ଭାରତର ସ୍ଥାୟୀ ପ୍ରତିନିଧୀ ଭାବେ କହିଛନ୍ତି ଯେ ବହୁପକ୍ଷୀୟବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ।
ସୂଚନାଯୋଗ୍ୟ, ଜାନୁଆରୀ ୧ ରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦେବ । ୟୁଏନଏସସି ରେ ୫ ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଅସ୍ଥାୟୀ ସଦସ୍ୟ ଭାବରେ ଅଷ୍ଟମ ଥର ପାଇଁ ୟୁଏନଏସସିରେ ଭାରତ ସ୍ଥାନ ପାଇଛି।
ତିରୁମୂର୍ତ୍ତି କହିଛନ୍ତି, ସର୍ବ ବୃହତ ଗଣତନ୍ତ୍ର ଭାବେ ଆମେ ଗଣତନ୍ତ୍ର, ମାନବିକ ଅଧିକାର ଏବଂ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବୁ। ସେ କହିଛନ୍ତି, ସମନ୍ୱିତ କାର୍ଯଢାଞ୍ଚାରେ ଆମେ ବିବିଧତାକୁ କିପରି ପ୍ରୋତ୍ସାହିତ କରିପାରିବା ତାହା ଭାରତର ବାର୍ତ୍ତା ହେବ ଯାହା ମିଳିତ ଜାତିସଂଘରେ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି।