କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ- ଡିସିଜିଆଇ

ଭାରତରେ କରୋନା ମହାମାରୀ ନିମନ୍ତେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଉଭୟ ଟିକା ନିରପଦ ବୋଲି ରବିବାର ଭାରତୀୟ ଔଷଧ ନିୟାମକ ନିଦେ୍ର୍ଧଶକ କହିଛନ୍ତି ।ଡିସିଜିଆଇ ନିଦେ୍ର୍ଧଶକ ଡକ୍ଟର ଭି.ଜି ସୋମାନି କହିଛନ୍ତି ଯେ ବହୁ ପରୀକ୍ଷାନିରୀକ୍ଷା ପରେ ଏହି ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁୂମତି ଦିଆଯାଇଛି ।ଆଜିର ଘୋଷଣାରେ ଡକ୍ଟର ସୋମାନି କହିଛନ୍ତି ଯେ ସେରମ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭା୍କ୍ସିନ ଭଳି ଦୁଇଟି ଟିକାକୁ ମଞ୍ଜୁରୀ ଦେବାରେ ଭାରତ ହେଉଛି ପ୍ରଥମ ଦେଶ ଏହି ଦୁଇଟି ଟିକା ଏବେ ଦେଶର ଲୋକଙ୍କୁ ଦିଆଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ତେବେ ଗତକାଲି ବିଶେଷଜ୍ଞ କମିଟି ଏହି ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଡିସିଜିଆଇ ଉଭୟ ଟିକା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଏହାର ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିଶ କରିଥିଲା । ଉଭୟ ଟିକା ଟୀକାକରଣ ପାଇଁ ବ୍ୟବହାର କରାଯିବା ଓ ଜଣେ ବ୍ୟକ୍ତିଙ୍କୁ ଏହି ଟୀକାଗୁଡିକର ୨ଟି ଡୋଜ ଦିଆଯିବ । ଅନ୍ୟପକ୍ଷରେ ଏହି ଦୁଇଟି ଟିକାକୁ ୨ରୁ ୮ ଡିଗ୍ରୀ ତାମାତ୍ରାରେ ସଂରକ୍ଷିତ କରାଯାଇପାରିବ । ଡିସିଜିଆଇ ଅନୁଯାୟୀ , ସେରମ ପ୍ରତିଷ୍ଠାନ ତିଆରି ଟିକା କୋଭିସିଲ୍ଡ ସାମଗ୍ରିକ କ୍ଷମତା ୭୦.୪୨ ପ୍ରତିଶତ ରହିଛି ।

Leave A Reply

Your email address will not be published.

twelve + 3 =