୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ


ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପାଠ ପଢା ଚାଲିବ । ମାର୍ଚ୍ଚ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସେମିଷ୍ଟାର ପରୀକ୍ଷା ହେବ । ଏପ୍ରିଲ ୩୦ରେ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଏପି୍ରଲ ୨ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପାଠ ପଢା ଚାଲିବ । ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁନ୍ ୧୬ରୁ ଜୁନ୍ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜୁଲାଇ ୧୫ ତାରିଖରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ନିଦେ୍ର୍ଧଶନାମାରେ କୁହାଯାଇଛି ।
ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ଉନ୍ନତ୍ି ଓ ପାଠପଢାରେ କ୍ଷତି ବିଷୟକୁ ବିଚାର କରି ଏହି ନିଷ୍ପତି ନିଆଯାଇଛି । ୟୁଜିସିର ନିଦେ୍ର୍ଧଶାବଳୀକୁ ଆଧାର କରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ସୂଚନା ଦିଆଯାଇଛି ।
କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୟୁଜି ଓ ପିଜି ପିଲାଙ୍କ ପାଇର୍ ହଷ୍ଟେଲ ଖୋଲିବ । ସେହିପରି ପିଏଚଡି ଏମଫି ରିସଚ୍ ସ୍କଲାରଙ୍କ ପାଇଁ ମଧ୍ୟ ହଷ୍ଟେଲ୍ ଖୋଲିବ । ଆସନ୍ତା ୧୦ ତାରିଖରୁ କୋଭିଡ୍-୧୯ ଗାଇଡଲାଇନ୍ ଅନୁଯାୟୀ ଛାତ୍ରାବାସ ଗୁଡିକ ଖୋଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ସିଲାବସ୍ ଅନୁଯାୟୀ ନିୟମିତ କ୍ଲାସ୍ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ମାସ୍କ ପରିଧାନ କରିବା ବାରମ୍ବାର ହାତ ଧୋଇବ ଏବଂ ୬ଫୁଟ ଦୂରତା ରକ୍ଷାକରିବା ବାଧ୍ୟତା ମୂଳକ କରାଯାଇଛି । ସେହିପରି କଂଟେନ୍ମେଂଟରେ ଥିବା ଛାତ୍ରଛାତ୍ରୀ ଅଧ୍ୟାପକ ଓ ଷ୍ଟାପଙ୍କୁ କଲେଜକୁ ଆସିବା ବାରଣ କରାଯାଇଛି ।
ଜାନୁୟାରୀ ୨୬ , ଫେବୃଆରୀ ୧୬, ଏପ୍ରିଲ ପହିଲା ଏବଂ ପରୀକ୍ଷା ଦିନ ଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଦିବସରେ ତଥା ଶନିବାର ଏବଂ ରବିବାରରେ ବି ପାଠ ପଢା ହେବ । ଯେଉଁ ଶ୍ରେଣୀରେ ଅଧିକ ପିଲା ହୋଇଥିବେ ତାକୁ ଭାଗ ଭାଗ କରାଯାଇ ପାଠ ପଢାଯିବ । ଆବଶ୍ୟକ ହେଲେ ପାଠପଢା ସମୟକୁ ବୃଦ୍ଧି କରାଯିବ ।
ସୂଚନା ଯୋଗ୍ୟ ଯେ, ଗତକାଲି ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଗଣ ଶିକ୍ଷା ବିଭାଗ ଘୋଷଣା କରିବା ପରେ ଆଜି ଏହାର ଦିନକ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖେ୍ାଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରୀ କରିଛି । ତେବେ ୟୁଜି ଓ ପିଜିରେ ଶେଷ ବର୍ଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଖୋଲିବ ଏବଂ ପାଠପଢା ହେବ ।
ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ୟୁଜି ଓ ପିଜି ଶ୍ରେଣୀର ଶେଷ ବର୍ଷର ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରାଇବା ଲାଗି ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ‘ୟୁଜିସି’ ଗାଇଡ ଲାଇନ୍ ଜାରୀ କରିଥିଲେ ।

Leave A Reply

Your email address will not be published.

20 + six =