କେନ୍ଦ୍ର ସରକାର -କୃଷକ ସଂଗଠନ ମଧ୍ୟରେ ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ; କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଂଗଠନ ମଧ୍ୟରେ ସୋମବାର ନୂଆଦିଲ୍ଲୀରେ ପରବର୍ତି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ । ଗତମାସ ୩୦ ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଷଷ୍ଠ  ପର୍ଯ୍ୟାୟ ଆଲୋଚନା ହୋଇଥିଲା । ତେବେ ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଂଗଠନଗୁଡିକୁ ଆଶ୍ୱାସନା ଦେଇଥିଲେ । ତେବେ ଏହାର ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ । ଶ୍ରୀ ତୋମାର କହିଥିଲେ , କୃଷକ ସଂଗଠନ ପକ୍ଷରୁ ସ୍ତାପିତ କରାଟାଇଥିବା ୪ଟି ପ୍ରସଙ୍ଗ ମଧ୍ୟରୁ ୨ଟି ଉପରେ ସହମତି ପ୍ରକାଶ ପାଇଛି । ପ୍ରଥମଟି ହେଉଛି -ପରିବେଶ ଜନିତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦୁ୍ୟତ ଆଇନ । ସେହିଭଳି ଗତ ବୈଠକରେ ମଣ୍ଡି ବ୍ୟବସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ୂର୍ବଭଳି ଚାଲୁ ରହିବ ବୋଲି କୃଷିମନ୍ତ୍ରୀ କୃଷକ ସଂଗଠନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସଂଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କିତ ଏକ ବିଧେୟକ ଆଣିବାକୁ ଦାବି କରାଯାଇଥିଲା । ଏଥିସହିତ ଉପôାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବଜାର ଦର ମଧ୍ୟରେ ରହୁଥିବା ପାର୍ଥକ୍ୟଜନିତ ସମସ୍ୟାର ସମାଧାନ ଲାଗି ପରବର୍ତୀ ସମୟରେ ଗଠିତ ହେବାକୁ ଥିବା ଏକ କମିଟି ନିକଟକୁ ପଠାଇବା ଲାଗି ମଧ୍ୟ ସଂଗଠନ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ଦାବି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଇନଗୁଡିକର ସାମ୍ବିଧାନିକ ବୈଧତା ସମ୍ପର୍କରେ ଅଧିକ ତର୍ଜମା କରିବା ଲାଗି ଏହାକୁ ମଧ୍ୟ ସମ୍ପୃକ୍ତ କମିଟି ନିକଟକୁ ପଠାଯାଇପାରେ । ତେବେ ସରକାର ଚାଷୀମାନଙ୍କର ସମସ୍ତ ପ୍ରକାର ସମସ୍ୟାକୁ ଖୋଲା ହୃଦୟରେ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ତୋମାର ସଂଗଠନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏ ସମ୍ପର୍କିତ ସେମାନଙ୍କର ପ୍ରସ୍ତାବ ଦେବା ଲାଗି କୃଷି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ସେହି ପ୍ରସ୍ତାବଗୁଡିକ ଉପରେ ସରକାର ଉପଯୁକ୍ତ ତର୍ଜମା ଓ ଆଲୋଚନା କରିବା ସହ ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବେ । କୃଷକ ସଂଗଠନଗୁଡିକ ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଭାବେ ନିଜର ଆନେ୍ଦାଳନ କରୁଥିବାରୁ ଶ୍ରୀ ତୋମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

4 × three =