ରାଉରକେଲା; ରାଉରକେଲା ଷ୍ଟିଲ ପ୍ଲାଂଟ ର କୋଲ କେମିକାଲ ଡିପାର୍ଟମେଂଟରେ ଗ୍ୟାସ ଲିକ୍ ହୋଇ ୪ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାରେ ରାଉରକେଲା ଷ୍ଟିଲ ସିଇଓ ୨ଜଣ ଡିଜିଏମ ଙ୍କୁ ନିଲମ୍ବିତ କରିଛନ୍ତି କର୍ତବ୍ୟରେ ଅବହେଳା ଦର୍ଶାଇ କୋଲ କେମିକାଲ ଡିପାର୍ଟମେଂଟର ଡିଜିଏମ ଏନ୍.ଦାସ ଓ ଏନର୍ଜି ମ୍ୟାନେଜମେଂଟ ଡିଜିଏମ ଜି.ବାରିକଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ନେଇ ନିଷ୍ପତି ନିଆଯାଇଥିବା ରାଉରକେଲା ଷ୍ଟିଲ ପ୍ଲାଂଟ ସଂଚାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବୁଧବାର ସକାଳ ପ୍ରାୟ ୯ଟା ବେଳେ ଆରଏସପି ର କୋଲ କେମିକାଲ ଡିପାର୍ଟମେଂଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ରାସ ଲିକ୍ ହୋଇଥିଲା । ଖବର ପାଇ ପ୍ଲାଂଟର ଅଗ୍ନିଶମ କର୍ମଚାରୀ ହଂଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇ୍୍ଥିଲା । ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିସôାଧିନ ଅବସ୍ଥାରେ ୪ଜଣଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟ ୬ଜଣ ସୁସ୍ଥ ଥିବା ଜଣାଡିଛି ।ବିଭିନ୍ନ ।୍ରମିକ ସଂଗଠନ ପକ୍ଷରୁ ୍ଲାଂଟ ମଧ୍ୟରେ ନିରାପତା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯିବା ସହ ମୃତ ଠିକା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବାକୁ ଦାବି ହୋଇଥିଲା । ପୂର୍ବରୁ ମଧ୍ୟ କୋଲ କେମିକାଲ ଡିପାର୍ଟମେଂଟରେ ଅଘଟଣ ଘଟି ବହୁ ଜୀବନହାନୀ ହୋଇଥିବା ବେଳେ ପ୍ଲାଂଟ ଏହାକୁ ଗୁରୁତ୍ୱ ଦେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।