ଆଠଗଡ: କଟକ ଚଣ୍ଡୀ ମନ୍ଦିର ଖୋଲିବା ପରେ ଶୁକ୍ରବାରଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ । ଏନେଇ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ଫତି ହୋଇଛି । ତେବେ ପ୍ରଥମେ ପୂଜକ ପରିବାର ବାବାଙ୍କ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଂଚାୟତବାସୀଙ୍କୁ ଠାକୁର ଦର୍ଶନ ସୁବିଧା ମିଳିବ । ପରେ ୧୧ରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ତେବେ ଦର୍ଶନ ସମୟରେ ମନ୍ଦିର ଭିତରେ କରୋନା କଟକଣାକୁ କଡାକଡି ରୂପେ ପାଳନ କରାଯିବ । ଏକା ଥରକେ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇପାରିବେ ନାହିଁ । ୬ଫୁଟର ଦୂରତା ରଖି ମନ୍ଦିର ପରିସରରେ ଦର୍ଶନ କରିପାରିବେ ଭକ୍ତ । ଏଥିସହ ସାନିଟାଇଜ ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ଉପଜିଲ୍ଳାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ଦିନର କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁÂାନ ଭକ୍ତଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିଠୁ କଟକରେ ମନ୍ଦିର ଖୋଲିବା ନେଇ ଜିଲ୍ଳା ପ୍ରଶାସନ ନିଷ୍ପତି ନେଇଥିଲା ।ପ୍ରଶାସନ ନିଦେ୍ର୍ଧଶ ସତ୍ୱେ ଆଜି ଚଣ୍ଡୀ ମନ୍ଦିର ଖୋଲି ନଥିବା ଜଣାଯାଇଛି । ଚଣ୍ଡୀ ମନ୍ଦିରରେ ସମସ୍ତ ବ୍ୟବସ୍ତା ପରେ କାଲିଠୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ଚଣ୍ଡି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱରୂପ ନନ୍ଦନ ବେହରା କରିଛନ୍ତି । ଆଜି ପରିସ୍ଥିତି ଆକଳନ କରୁଛୁ । ଭକ୍ତମାନେ ଆଜି ବାହାରୁ ମା ଙ୍କୁ ଦର୍ଶନ କରିବେ । ଆମେ ଆଜି ପରିସ୍ଥିତି ଅନୁଧ୍ୟାନ କଲା ପରେ ଆସନ୍ତା କାଲିଠୁ ଟୋକନ ବ୍ୟବସ୍ତା କରି ଭକ୍ତଙ୍କୁ ଭିତରକୁ ଛାଡିବୁ । ତେବେ ମନ୍ଦିର ଭି୍ତର ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଏକ ସଙ୍ଗେ ୨୦ ଲୋକଙ୍କୁ ଅନୁମତି ଦେବୁ । କରୋନା ପାଇଁ ଦୀର୍ଘ ୯ମାସ ହେଲା ବନ୍ଦ ଥି ବା ମନ୍ଦିର ଖୋଲିବାକୁ କଟକ ମହାନଗର ନିଗମ ନିଦେ୍ର୍ଧଶନାମା ଜାରି କରିଛି । କୋଭିଡ ଗାଇଡଲାଇନ୍ ମଧ୍ୟରେ ସହରର ସମସ୍ତ ଧର୍ମାନୁÂାନ ଖୋଲିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି ।ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ । ମନ୍ଦିରରେ ହ୍ୟାଣ୍ଡସାନିଟାଇଜର ରହିବା ସହିତ ହାତ ଧୋଇବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ । ସେଥିସହ ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ କରିପାରିବେ ବୋଲି ନିଦେ୍ର୍ଧଶନାମା ଜାରି କରାଯାଇଛି । ସୂଚନାନୁସାରେ ଗତ ୨୩ତାରିଖରୁ ପୁରୀରେ ଆରମ୍ଭ ହୋଇଥିଲା କାଳିଆ ଦର୍ଶନ ପ୍ରଥମେ ୨୫ତାରିଖ ଯାଏଁ ତିନି ଦିନ ସେବାୟତଙ୍କ ପରିବାର ଓ ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିଥିଲେ । ଏହାପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।