ସାଧାରଣତନ୍ତ୍ର ଦିବସରେ ଏଥର କରୋନା କଟକଣା


ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତେବେ ପରେଡ୍ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି । ଏହାସହିତ ଗତବର୍ଷ ସ୍ୱାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ସେହିପରି ଭାବେ ଏଥରକ ଗଣତନ୍ତ୍ର ଦିବସରେ ବି ଆମନ୍ତ୍ରଣ କରାଯିବ । ସାଧାରଣ ଜନତା ପରେଡ଼୍ ପଡ଼ିଆ ନ ଆସି ଟେଲିଭିଜନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉସôବ ଦେଖିପାରିବେ । ଆଜି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରେଡ଼, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ୍, ଫାଷ୍ଟଏଡ୍ ଓ ଆମ୍ବୁଲାନ୍ସ୍ ସେବା ଆଦି ବିଭିନ୍ ବିଷୟ ଉପରେ ଆଲୋଚନା ହୋଇଛି । ସାଧାରଣତସ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ । ବେସାମରିକ ବାହିନୀ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପରେଡ଼୍ରେ ସାମିଲ କରାଯିବ ନାହିଁ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଅଗ୍ନିଶମ ବିଭାଗ ଡିଜି ସତ୍ୟଗିତ୍ ମହାନ୍ତି, ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୃହ ବିଭାଗ ସ୍ୱତନ୍ତ୍ର ଶାାସନ ସଚିବ ସନ୍ତୋଷ ବାଲା, ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ, ସୂଚନା ଓ ଲୋକସର୍ମ୍ପକ ବିଭାଗ ନିଦେ୍ର୍ଧଶ କୃପାସିନ୍ଧୁ ମିଶ୍ର, ନିଦେ୍ର୍ଧଶ (ବୈଷୟିକ) ନିରଞ୍ଜନ ସେଠୀ ଓ ଅନ୍ୟ ବରିÂ ଅଧିକାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

1 × 1 =