ଗୃହିଣୀଙ୍କ କାମ ଚାକିରି କରୁଥିବା ପୁରୁଷ ଠାରୁ କମ୍ ନୁହେଁ

ନୂଆଦିଲ୍ଲୀ: ୨୦୧୪ ମସିହାରେ ଦିଲ୍ଲୀର ଏକ ଦୁର୍ଘଟଣା ପ୍ରସଙ୍ଗରେ କ୍ଷତିପୂରଣ ରାଶିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୃହିଣୀଙ୍କ ପ୍ରସଙ୍ଗରେ ଏକ ବଡ ରାୟ ଶୁଣାଇଛନ୍ତି । ଯେଉଁଥିରେ ଗୃହିଣୀଙ୍କ କାଳ୍ପନିକ ଆୟ ପ୍ରସଙ୍ଗରେ କୁହାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ଏକ ପ୍ରକାର ବଡ ରାୟ ବୋଲି କୁହାଯାଉଛି ।
କୋର୍ଟ କହିଛନ୍ତି ଗୃହୀଣୀଙ୍କ ଆୟ ସେମାନଙ୍କ କାମ, ସମୟ ଏବଂ ବଳିଦାନ ଆଧାରରେ ହେବା ଦରକାର । ଘରେ ରହୁଥିବା ଗୃହିଣୀ ଚାକିରି କରୁଥିବା ସ୍ୱାମୀ ଅପେକ୍ଷା ଅଧିକ ସମୟ ପରିଶ୍ରମ କରୁଛନ୍ତି ବୋଲି କୋର୍ଟ କହିଛନ୍ତି ।
ମହିଳାମାନେ ବିନା ପରିଶ୍ରମିକରେ ଗୋଟିଏ ଦିନରେ ୨୯୯ ମିନିଟ୍ ଘରୋଇ କାମ କରୁଥିବା ବେଳେ ପୁରୁଷ ମାନେ ମାତ୍ର ୯୭ ମିନିଟ୍ ଘରୋଇ କାମ କରୁଥିବା କୋର୍ଟ କହିଛନ୍ତି । ସେହିପରି ମହିଳାମାନେ ଗୋଟିଏ ଦିନରେ ଘର ଲୋକଙ୍କ ଦେଖାଶୁଣା କରିବାରେ ୧୩୪ ମିନିଟ୍ ସମୟରେ ଦେଉଥିବା ବେଳେ ପୁରୁଷମାନେ ୭୬ ମିନିଟ ସମୟ ଦେଉଛନ୍ତି । ଅର୍ଥାତ୍ ଗୃହିଣୀ ମାନେ ଚାକିରିଆଙ୍କ ତୁଳନାରେ ଅଧିକ ସମୟ ଘର ପାଇର୍ ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି । ହେଲେ ମହିଳାଙ୍କ କାମକୁ ସମସ୍ତେ ଅଣଦେଖା କରୁଥିବା ଜଣାପଡିଛି । ଜଷ୍ଟିିସ୍ ଏନ.ଭି ରମନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ମହିଳାଙ୍କ ରୋଜଗାର ବାବଦରେ ମୂଲ୍ୟ ନିରୂପଣ କରିଛନ୍ତି । ୨୦୧୧ରେ ଜନଗଣନା ରିପୋର୍ଟକୁ ଉଦ୍ଧୃତ କରି ଜଷ୍ଟିସ ରମନ୍ନା କହିଛନ୍ତି ଦେଶରେ ୧୫୯.୮୫ ମିଲିଅନ୍ ମହିଳା ଘରୋଇ କାମରେ ନିୟୋଜିତ ଥିବା ବେଳେ ୫.୭୯ ମିଲିଅନ୍ ପୁରୁଷ ସମାନ କାମରେ ନିୟୋଜିତ ।

Leave A Reply

Your email address will not be published.

seventeen − 14 =