ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେଉଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର କେନ୍ଦ୍ର ସରକାରଙ୍କର ଅନୂ୍ୟନ ୨୩ଟି ସାମିଲ ହେବେ । ଏହି ଅଭିଯାନର ଅବାଧ ପରିଚାଳନା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦେଶନାରେ ଅନ୍ୟ ୨୩ଟି ସରକାରୀ ବିଭାଗ କାମ କରିବେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଟିକାକରଣ ପାଇଁ କର୍ମଚାରୀ ଯୋଗାଇ ଦେବ । ପଞ୍ଚାୟତରାଜ ବିଭାଗ ଟିକାକରଣ ସ୍ଥାନ ଚିହ୍ନଟ ଓ ବ୍ୟବସ୍ଥା କରିବା ସହ ପଞ୍ଚାୟତ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା କର୍ମୀଙ୍କର ପଞ୍ଜିକରଣ କରାଇବାରେ ସହଯୋଗ କରିବ । ଗ୍ରାମୀଣ ବିକାଶ ବିଭାଗ ଏହି ଅଭିଯାନରେ ସ୍ୱଂୟସହାୟକ ଗୋÂୀଙ୍କୁ ନିୟୋଜିତ କରିବ । ସେହିଭଳି ଶିକ୍ଷା ବିଭାଗ ଟିକାକରଣ ଅଧିବେଶନ ପରିଚାଳନା କରିବା ସହ ଆବଶ୍ୟକ ହେଲେ କର୍ମଚାରୀ ଯୋଗାଇ େ ଦବ । ଆୟୁଷ ବିଭାଗ ମଧ୍ୟ ତା’ ଅଧୀନରେ ଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଏବଂ ମହାନଗର ନିଗମ ଓ ପୌରାଞ୍ଚଳରେ କାର୍ଯ୍ୟରତ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବାକାରୀଙ୍କୁ ପଞ୍ଜିକୃତ କରିବ । ସେମାନଙ୍କ କର୍ମଚାରୀମାନେ ମଧ୍ୟ ଭ୍ୟାକ୍ସିନ୍ ଅଫିସର୍ ଭାବେ କାମ କରିବେ । କ୍ରୀଡା ଓ ଯୁବ ବିଭାଗ ଟିକାକରଣ ସ୍ଥାନରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ଏନ୍ୱାଇକେଏସ୍ ଏବଂ ଏନଏସ୍ଏସ୍ କ୍ୟାଡେଟ୍ ଯୋଗାଇ ଦେବ ।
ଏହା ଛଡା ରାଜ୍ୟ ପୋଲିସ ବିଭାଗ ମଧ୍ୟ ନିଜ ବିଭାଗକୁ ଟିକା ଦେବାକୁ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଦୁର୍ଗମ ଏବଂ ଉଗ୍ର ବାମପନ୍ଥୀ ଅଧୁ୍ୟଷିତ ଅଞ୍ଚଳରେ ଟିକା ପହଞ୍ଚାଇବାରେ ସହାୟକ ହେବ ଏବଂ ଟିକା ଷ୍ଟୋରେଜ୍, ପରିବହନ ଏବଂ ଟିକାକରଣ ସ୍ଥାନରେ ସୂରକ୍ଷା ପ୍ରଦାନ କରିବ । ରାଜସ୍ୱ, ପୂର୍ତ ବିଭାଗ ଓ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଙ୍ଗ ବିଭାଗ ଟିକାକରଣ ଅଧିବେଶନ ପାଇଁ ସ୍ଥାନ ଚିହ୍ନଟ କରାଇବ । ପ୍ରତିରକ୍ଷା ବିଭାଗ ସଶସ୍ତ୍ର ବାହିନୀରେ ଟିକା ନେବାକୁ ଥିବା ହିତାଧିକାରୀଙ୍କ ପଞ୍ଜିକରଣରେ ସହାୟକ ହେବ ଓ ନିରାପତା-ସ୍ପର୍ଶକାତର ଅଞ୍ଚଳକୁ ଟିକା ନେବାରେ ସାହାର୍ଯ୍ୟ କରିବ ।
ଏହା ବ୍ୟତିରେକେ, ଖାଦ୍ୟ ଓ ଯୋଗାଣ ବିଭାଗ ଟିକାକରଣ ସ୍ଥାନରେ କୋଲ୍ଡ୍ ଷ୍ଟୋରେଜ୍’ ଏବଂ ବାୟୋମେଟି୍ରକ୍ ଅଥେଂଟିକେସନ ସୁବିଧା ଯୋଗାଇ ଦେବ । ଜନକଲ୍ୟାଣ, ସଂଖ୍ୟାଲଘୁ ବ୍ୟାପାର ଏବଂ ଜନଜାତି ବ୍ୟାପାର ବିଭାଗରେ ଥିବା ପ୍ରତିଷ୍ଠାନମାନଙ୍କରେ ଟିକାଦାନ କେନ୍ଦ୍ର ଖୋଲାଯିବ । ପଶୁପାଳନ ବିଭାଗ ମଧ୍ୟ ଆବଶ୍ୟକ କ୍ଷେତ୍ରରେ କୋଲଡ୍ ଷ୍ଟୋରେଜ୍ ସୁବିଧା ଯୋଗାଇ ଦେବ । ରେଳବାଇ ମଧ୍ୟ ଚା ହସ୍ପିଟାଲ୍ରେ ଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଚିହ୍ନଟ କରିବ ଓ ରେଳବାଇ ହସ୍ପିଟାଲରେ ଟିକାକରଣ କରାଇବ ।
ଶ୍ରମ ଓ ନିୟୋଜନ ବିଭାଗ ଇଏ୍ସ୍ଆଇ ହସ୍ପିଟାଲରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଚିହ୍ନଟ କରିବା ସହ ସେହିସବୁ ଡାକ୍ତରଖାନାରେ ଟିକାଦାନ କେନ୍ଦ୍ର ଖୋଲିବ । ସୂଚନା ଓ ପ୍ରଯୁକ୍ତବିଦ୍ୟା ବିଭାଗ ମଧ୍ୟ ହିତାଧିକାରୀଙ୍କୁ ପଞ୍ଜିକୃତ କରିବା ସହ ହିତାଧିକାରୀ ପ୍ରମାଣପତ୍ର ଛାପିବା ଦାୟିତ୍ୱରେ ରହିବ । ସେହିଭଳି ରାଜ୍ୟ ଏଡ୍ସ୍ କଂଟୋଲ୍ ସୋସାଇଟି’ର କାଉନସେଲରମାନେ ଟିକା ସଂକ୍ରାନ୍ତରେ ଲୋକମାନଙ୍କ ମନରେ ଥିବା ଦ୍ୱିଧା ଓ ଆଶଙ୍କା ଦୂର କରିବା ଲାଗି ପରାମର୍ଶ ଦେବେ । ବିଜୁଳି ବିଭାଗ ଟିକା ଷ୍ଟୋରେଜ୍ ଥିବା ସ୍ଥାନ ଏବଂ ଟିକାକରଣ ସ୍ଥାନରେ ବିଜୁଳି ଯୋଗାଣ ଅବ୍ୟାହତ ରଖିବ ।