ସୁନ୍ଦରଗଡ : ସୁଅ ମୁହଁରେ ଛିଡେ ହୋଇ ସେଲଫି ନେଉଥିବା ବେଳେ ଇବ ନଦୀରେ ଭାସିଗଲେ ଯୁବତୀ । ଶେଷରେ ଦୀର୍ଘ ୨୨ ଘଂଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ଘଟିଥିଲା ଗତ ୩ତାରିଖ ଦିନ । ମୃତ ଯୁବତୀ ଜଣଙ୍କ ହେଲେ ରାଜଗାଙ୍ଗପୁର କୁମ୍ଭାରପଡାର ୨୩ ବର୍ଷୀୟ ନରୁପମା ପ୍ରଜାପତି । ତେବେ ଏହି ଘଟଣାର ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାନୁଯାୟୀ, ନୂଆବର୍ଷ ପାଳନ କରିବା ପାଇଁ ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ଗତ ୩ତାରିଖରେ ବାଲିଶଙ୍କରା ବ୍ଲକ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ । ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା ଇବ ନଦୀର ସୁଅ ମୁହଁରେ ପଥର ଉପରେ ଛିଡା ହୋଇ ସେଲଫି ନେଉଥିଲେ । ଉକ୍ତ ସମୟରେ ଜଣେ ଯୁବକ ସେଇ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡିଥିଲେ । ସଂପୃକ୍ତ ଯୁବକଙ୍କ ହାତ ବାଗିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡି ଯାଇଥିଲେ । ଦୀର୍ଘ ୨୨ ଘଂଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତନେହ ଉଦ୍ଧାର ହୋଇଥିଲା । କୁହାଯାଉଛି ଯେ, ନିରୁପମାଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ମେ’ ମାସରେ ତାଙ୍କ ବିବାହ ହୋଇଥାନ୍ତା । ହେଲେ ତା ପୂର୍ବରୁ ତାଙ୍କ ଜୀବନ ଦୀପ ଲିଭିଗଲା ।