ବିଦ୍ୟୁତ୍ ମୃତ୍ୟୁ : ପୁଣି ନୋଟିସ ଜାରି କଲେ କମିଶନ


ଭବାନୀପାଟଣା- ଗତ ଜୁଲାଇ ମାସ ୧୭ ତାରିଖ ଦିନ ବଲ୍ ଖେଳୁଥିବା ବେଳେ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଦୁର୍ଗା ମଣ୍ଡପ ପାଖ ଖୋଲା ଟ୍ରାନସଫରମର୍ ପାଖରୁ ବଲ ଆଣିବାକୁ ଯାଇ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିବା ମନୋବୁର ହର କୁମାର ଙ୍କର ୮ ବର୍ଷର ପୁଅ ରିତେଶ କୁମାର ବାବଦରେ ଜାତୀୟ ମାନବ ଅଧିକାର କମିଶନ ବାରମ୍ବାର ତାଗିଦ୍ ସତ୍ତେ୍ୱ କୌଣସି ରିପୋର୍ଟ ଦାଖଲ କରିନଥିବାରୁ ଶକ୍ତି ବିଭାଗ ସଚିବଙ୍କୁ ଆଉଥରେ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୮ ଜାନୁଆରୀରେ ନିଦେ୍ର୍ଧଶ ଦେଇଛନ୍ତି ଜାତୀୟ ମାନବାଧୀକାର କମିଶନ । କମିଶନ ଆହୁରି ମଧ୍ୟ ତାଗିଦ କରିଛନ୍ତି ଯେ, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଳ ନକଲେ ମାନବ ଅଧିକାର ସୁରକ୍ଷା ଆଇନ ର ଧାରା-୧୩ ଅନୁଯାୟୀ ଶକ୍ତି ସଚିବଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ । ପ୍ରକାଶ ଥାଉକି ୧୭ ଜୁଲାଇ ୨୦୨୦ ରେ ଘଟିଥିବା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବାବଦରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଆଗଗତ ଅଭିଯୋଗ କ୍ରମେ କେଶ ନଂ-୨୧୪୫/୧୮/୬/୨୦୨୦ ପଞ୍ଜିକରଣ କରି ମାନବ ଅଧିକାର କମିଶନ ୨୦ ଅଗଷ୍ଟ ୨୦୨୦ ରେ କଳାହାଣ୍ଡି ଏସ୍.ପି ଓ ଶକ୍ତି ବିଭାଗ ସଚିବ ଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ । ଏବାବଦରେ କଳାହାଣ୍ଡି ଏସ୍ପି ତାଙ୍କ ରିପୋର୍ଟ ୧୨ ନଭେମ୍ବର ୨୦୨୦ ରେ ଦାଖଲ କରିଥିଲେ ମଧ୍ୟ ଶକ୍ତି ବିଭାଗ ତରଫରୁ ଏ ପର୍ଯ୍ୟନ୍ତ ରିପୋର୍ଟ ଦାଖଲ ହୋଇ ନଥିବାରୁ ୨ ୟ ବାର ନୋଟିସ ଜାରି ହୋଇଛି । କଳାହାଣ୍ଡି ଏସ୍.ପି ଙ୍କ ରିପୋର୍ଟ ରିତେଶ କୁମାର, ଆଘାତ ପାଇ ବିଷମକଟକ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଘରକୁ ଫେରିଛନ୍ତି, କିନ୍ତୁ ତାଙ୍କ ପରିବାରକୁ ଶକ୍ତି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିନାହିଁ ବୋଲି ତାଙ୍କ ବାପା ମନୋହର କୁମାର ଜଣାଇଛନ୍ତି ।

Leave A Reply

Your email address will not be published.

twenty − eighteen =