ଟିକାକରଣର ଦୁଇ ଦିନ ପୂର୍ବରୁ ଆସିବ ଟିକା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏହାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ କରୋନା ଟିକା ଭ୍ୟାକ୍ସିନ୍ ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଓଡିଶାରେ ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗରେ ଟୁୱେ କମ୍ୟୁନିକେସନ ରହିବ । ସୁନ୍ଦରଗଡ ଓ କ୍ୟାପିଟାଲ୍ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ । ସିଧାସଳଖ ଏହି ଦୁଇ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସମ୍ପର୍କରେ ଫିଡ ବ୍ୟାକ ନେଇ ପାରିବେ । ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ୍ ମନିଟରିଂ ଟିମ୍ ଗଠନ ହୋଇଛି । ସେମାନେ ଜିଲ୍ଲା ସ୍ତରରେ ଯାଇ ମନିଟରିଂ କରିବେ ।
ପ୍ରଥମ ପର୍ଯ୍ୟାରେ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେବାପାଇଁ ନିଷ୍ପତି ହୋଇଥିଲା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ବର୍ଗକୁ ଟିକା ଦିଆଯିବ ନାହିଁ ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

10 + 3 =