ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ, ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ୍ଙ୍କ ଧୂଆଁ ଧାର ବ୍ୟାଟିଂ ଯୋଗୁଁ ମ୍ୟାଚକୁ ଡ୍ର କରିପାରିଛି । ପ୍ରଥମ ଇନିଂସରେ ଅଷ୍ଟେ୍ରଲିଆ ୩୩୮ ରନ୍ କରିଥିଲା ବେଳେ ଭାରତ ମାତ୍ର ୨୪୪ରନ୍ କରିଥିଲା । ଦ୍ୱିତୀୟ ରନ୍ରେ ଅଷ୍ଟେ୍ରଲିଆ ୩୧୨ ରନ୍ କରି ପାଳି ଘୋଷଣା କରିବା ସହ ଭାରତ ପାଇଁ ୪୦୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଭାରତ ଦ୍ୱିତୀୟ ଇନିଂସରେ ୩୪୪ ରନ୍ କରି ମ୍ୟାଚ୍ଚ ଡ୍ର ରଖିବାରେ ସମର୍ଥ ହୋଇଛି । କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେକ ଅଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟ୍କିପରି ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ୱିନ୍ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟକୁ ଡ୍ର’ କରିବାରେ ସହାୟକ ହୋଇଛି । ବିଶେଷ କରି ପନ୍ତଙ୍କ ବିସ୍ଫୋରକ ଇନିଂସ୍ ଏକ ସମୟରେ ଭାରତକୁ ବିଜୟର ଆଶା ଦେଇଥିଲା, କିନ୍ତୁ ତାଙ୍କ ସହ ପୂଜାରାଙ୍କ ଆଉଟ୍ ପରେ ଭାରତ ଡ୍ର’ ପାଇଁ ମ୍ୟାଚ୍ ଖେଳିଥିଲା ।
ଅଶ୍ୱିନ୍ ଓ ବିହାରୀ କଙ୍ଗାରୁ ଟିମ୍ର ଶକ୍ତିଶାଳୀ ବୋଲିଂ ଆଟାକ୍କୁ ଉଚିତ୍ ଜବାବ ଦେବା ସହ ଷଷ୍ଠ ୱିକେଟ୍ ପାଇଁ ପାଖାପାଖି ୪୩ ଓଭର ବ୍ୟାଟିଂ କରି ଭାରତକୁ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ । ଫଳରେ ୪୦୭ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଭାରତ ୧୩୧ ଓଭରରେ ୫ ୱିକେଟ୍ ହରାଇ ୩୩୪ ରନ୍ କରିଛି । ଭାରତ ପକ୍ଷରୁ ପନ୍ତ ସର୍ବାଧିକ ୯୭ରନ୍ ଓ ପୂଜାରାରା ୭୭ ରନର ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ବିହାରୀ ୨୩, ଓ ଅଶ୍ୱିନ୍ ୩୯ ରନ୍ କରି ଅପରାଜିତ ରହିଛନ୍ତି । ଏଥିସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ସିରିଜ୍ର ଚତୁର୍ଥ ତଥା ଶେଷ ଟେଷ୍ଟ ୧୫ ତାରିଖରୁ ବି୍ରସବେନ୍୍ରେ ଆରମ୍ଭ ହେବ ।
ପଞ୍ଚମ ତଥା ଅନ୍ତିମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୯୮/୨ରୁ ଖେଳ ଆରମ୍ଭ କରିଥିଲା । ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେଙ୍କ ଉପରେ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଦ୍ଧାରଣ କରୁଥିଲା । କିନ୍ତୁ ଆରମ୍ଭରୁ ରାହାଣେ (୪)ଙ୍କୁ ଆଉଟ୍ କରି ନାଥନ ଲିୟନ୍ ଭାରତର ଆଶାକୁ କ୍ଷୀଣ କରିଦେଇଥିଲେ । ହେଲେ ଅଷ୍ଟେ୍ରଲିଆର ଏହି ଖୁସିକୁ ନିରାଶରେ ପରିଣତ କରିଥିଲେ ପୂଜାରା ଓ ପନ୍ତ । ପ୍ରଥମ ଇନିଂସରେ ଆହତ ହୋଇଥିବା ପନ୍ତ ଆଜି ବିହାରୀ ବଦଳରେ ଚତୃର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ।
କ୍ରିଜ୍କୁ ଆସିବା ମାତ୍ରକେ ପନ୍ତ ନିଜର ସ୍ୱଭାବିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଗୋଟିଏ ପଟେ ପୂଜାରା ଧୈର୍ଯ୍ୟର ସହ ଖେଳୁଥିବା ବେଳେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ପନ୍ତ ଓ ପୂଜାରା ଚତୃର୍ଥ ୱିକେଟ୍ ପାଇଁ ୧୪୮ ରନ୍ର ଶତକୀୟ ପାର୍ଟନରଶିପ୍ କରିଥିଲେ । ଏହି ଭାଗିଦାରୀ ହିଁ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଭାରତ ସ୍କୋର ୨୫୦ ଥିବା ବେଳେ ପନ୍ତ ବଡ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ ଏବଂ ମାତ୍ର ୩ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ।
ପନ୍ତ ୧୧୮ ବଲରେ ୧୨ ଚୌକା ଓ ୩ଛକା ସହ ୯୭ ରନ୍ କରି ଲିୟନଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ପୂଜାରା ଓ ବିହାରୀ ପାଖାପାଖି ୯ ଓଭର ବ୍ୟାଟିଂ କରି ଆଉ ଏକ ଭଳ ଭାଗିଦାରୀ ଆଡକୁ ଅଗ୍ରସର ହେଉଥିଲେ । କିନ୍ତୁ ଘରୋଇ ଦଳର ପେସର ଜୋଶ ହେଜଲଉଡ୍ଙ୍କ ବଲରେ ପୂଜାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ପୂଜାରା ୨୦୫ ବଲରେ ୧୨ ଚୌକା ସହ ୭୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।
ପୂଜାରାଙ୍କ ଆଉଟ୍ ହେବା ପରେ ଅଷ୍ଟେ୍ରଲିଆର ବିଜୟ ଆଶା ଉଜ୍ଜୀବିତ ହୋଇଥିବା ବେଳେ ଭାରତ ବ୍ୟାକ୍ଫୁଟକୁ ଚାଲିଆସିଥିଲା । ଏହି ଠାରୁ ଅଷ୍ଟେ୍ରଲିଆକୁ ବିଜୟ ପାଇଁ ୫ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଭାରତକୁ ମ୍ୟାଚ ବଞ୍ଚାଇବା ପାଇଁ ପ୍ରାୟ ୪୩ ଓଭର ଖେଳିବାକୁ ଥିଲା । କି୍ରଜରେ ବିହାରୀଙ୍କୁ ସାଥ୍ ଦେଇଥିଲେ ଅଶ୍ୱିନ୍, ଟିଏ ପୂରା ସିରିଜରେ ବ୍ୟାଟିଂରେ ଫେଲ୍ ମାରିଥିଲେ । ଉଭୟେ ବିହାରୀ ଓ ଅଶ୍ୱିନ୍ କଙ୍ଗାରୁ ବୋଲରଙ୍କୁ ୱିକେଟ୍ ନେବା ପାଇଁ ନୟାନ୍ତ କରିଥିଲେ । ଅଷ୍ଟେ୍ରଲିଆ ମଧ୍ୟ ସବୁ ରଣନୀତି ଆପଣାଇଥିଲେ ହିଁ ଭାରତର ଏହି ଯୋଡିକୁ ଭାଙ୍ଗିପାରିନଥିଲେ । ଦୁହେଁ ୪୨,୪ ଓଭର ବ୍ୟାଟିଂ କରି ୬୨ ରନ୍ର ପାର୍ଟନରଶିପ୍ କରି ଭାରତକୁ ପରାଜୟରୁ ରକ୍ଷା କରିବା ସହ ମ୍ୟାଚ୍କୁ ଚିରାଚରିତ ଢଙ୍ଗରେ ଡ୍ର କରିଛନ୍ତି । ଅଷ୍ଟେ୍ରଲିଆ ପକ୍ଷରୁ ହେଜଲଉଡ୍ ଓ ଲିୟନ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କମିନ୍ସ ଗୋଟିଏ ସଫଳତା ପାଇଛନ୍ତି ।
ସୂଚନା ଯୋଗ୍ୟ, ଉକ୍ତ ମ୍ୟାଚ୍ରେ ଅଷ୍ଟେ୍ରଲିଆ ପ୍ରଥମ ଇନିଂସରେ ୩୩୮ରନ୍ କରିଥିବା ବେଳେ ଭାରତ ୨୪୪ ରନ୍ କରି ଅଲଆଉଟ୍ ହୋଇଥିଲା । ଅଷ୍ଟେ୍ରଲିଆ ଦ୍ୱିତିୟ ଇନିଂସରେ ୬ ୱିକେଟ୍ ହରାଇ ୩୧୨ ରନ୍ କରି ଭାରତକୁ ୪୦୭ ରନର ଟାର୍ଗେଟ୍ ଦେଇଥିଲା ।

Leave A Reply

Your email address will not be published.

3 × 2 =