ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଂଟିଭସର ଡେମୋକ୍ରାଟ ସାଂସନମାନେ ଟ୍ରମ୍ପଙ୍କୂୁ ଦାୟୀ କରି ତାଙ୍କ ବିରୋଧରେ ଏହି ଅଭିଯୋଗ ପ୍ରସ୍ତାବ ଆଣିଛନ୍ତି । ଏହା ଉପରେ ଆସନ୍ତା କାଲି ଅର୍ଥାତ ବୁଧବାର ମତଦାନ ହୋଇପାରେ । ପ୍ରସ୍ତାବ ଆଗତ ହେବା ପରେ ପ୍ରତିନିଧି ସଭାର ସଂଖ୍ୟାଗରିÂ ନେତା ଷ୍ଟେନୀ ହୋୟର କହିଛନ୍ତି , ଯଦି ଏହି ପ୍ରସ୍ତାବ ପାରିତ ହୋଇଯିବ , ତେବେ ଟ୍ରମ୍ପ ପ୍ରଥମ ରିପବ୍ଲିକାନ ରାଷ୍ଟ୍ରତି ହେବେ , ଯାହାଙ୍କୁ ଦୁଇଥର ମହାଭିଯୋଗର ସମ୍ନା କରିବାକୁ ପଡିବ । ଅନ୍ୟପଟେ ଏହି ପ୍ରସ୍ତାବକୁ ବିରୋଧ କରି ରିପବ୍ଲିକାନ୍ ପାର୍ଟି ସାଂସଦ ଆଲେକ୍ସ ମୁନେ କହିଛନ୍ତି , ସଂସଦ ଏହି ପ୍ରସ୍ତାବକୁ ନାମଞ୍ଜୁର କରିଦେବା ଉଚିତ । ପ୍ରତିନିଧି ସଭାର ଅଧ୍ୟକ୍ଷ ନ୍ୟାନ୍ସି ପେଲୋସୀ ଗୃହରେ ଅଭିଯୋଗକୁ ଡ୍ରାଫ୍ଟ କରିବା ପୂର୍ବରୁ କହିଛନ୍ତି , ଆମ ସମ୍ବିଧାନ ଏବଂ ଲୋକତନ୍ତ୍ରର ରକ୍ଷା କରିବା ପାଇଁ ଆମକୁ ତତ୍କାଳ ପଦକ୍ଷେପ ନେବାକୁ ପଡିବ , କାରଣ ରାଷ୍ଟ୍ରପତି ଟ୍ରମ୍ପ ପଦବୀରେ ରହିଲେ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେବ ।