ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର ରହିଛି  । ହେଲେ ପ୍ରଥମେ ଡାକ୍ତର , ସ୍ୱାସ୍ଥ୍ରକର୍ମୀଙ୍କୁ ଅଗ୍ରାଧିକାର ଭିତିରେ ଟିକା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।  
 ଏନେଇ ବିଏମସି କମିଶନର କହିଛନ୍ତି , ଭୁବନେଶ୍ୱରର ୨୧ ହଜାର ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ଲିଷ୍ଟ ଦିଆଯାଇଛି  । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟେ୍ରସନ ଖୋଲା ରହିବ  । ଏହା ବ୍ୟତିତ ଯେଉଁ ସ୍ୱାସ୍ଥ୍ୟ କର୍ମ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରସନ କରି ନାହାନ୍ତି ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟେ୍ରସନ କରାଇ ନେବାକୁ କୁଯାଇଛି ରାଜଧାନୀ କ୍ୟାପିଟାଲକୁ ମିଶାଇ ୨୭ ଟି ସରକାରୀ ଓ ୧୮ଟି ଘରୋଇ ମେଡିକାଲରେ ଏହି ଟିକା ସେଂଟର ହେବ  । ଏହାପରେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନ କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ସରକାରୀ ହସ୍ପିଟାଲ, ସମ୍ ଓ କିମ୍ସ ହସ୍ପିଟାଲରେ ଭ୍ୟାକ୍ସିନ ଲଂଚ କରାଯିବ ବୋଲି କହିଛନ୍ତି କମିଶନର । ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ପ୍ରାପ୍ତ ହେବା ପରେ ଆଜି ଏହା ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପହଂଚିବ  । ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ ଟିକା  । ଏହା ଅପରହ୍ନ ୪ଟା ୨୦ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ  । ଆଜି ଟିକା ପହଂଚିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦,୮୦୦ ବୋଟଲରେ   ୪ଲକ୍ଷ ୮ହଜାର ଡୋଜ ଆସିବ  ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି  । ତେବେ ସେରମ ପାଖରୁ ସରକାର ୧୧ ମିଲିୟମ (୧୦ ନିୟୁତ) କୋଭିସିଲ୍ଡ ଟିକା କିଣିବେ  । ପ୍ରାରମ୍ଭରେ କୋଭିସିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବା ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ  । କୋଭିସିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚୁ୍ୟଟ ଏହାକୁ ଭାରତରେ ପ୍ରସ୍ତୁତ କରିଛି  । ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜକୁ ସରକାର ୨୦୦ ଟଙ୍କାରେ କିଣିବେ  । ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯିବ  ।ଏହାର ଅର୍ଥ ସରକାର ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ କରିବେ  । ପ୍ରଥମ ଦଫାରେ  ପ୍ରାୟ ୩କୋଟି ଲୋକଙ୍କୁ ମାଗଣାରେ ଟିକ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି  । ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ  । ପ୍ରଥମେ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ  । ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି  । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି  । ଟିକାକରଣ ବେଳେ ଯେମିତି କିଛି ଅସୁବିଧା  ନହେବ , ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ ମଧ୍ୟ କରାଯାଇଛି  ।