ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ ଦେଶର ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ତିନୋଟି ଟିକା ଭର୍ତି ଟ୍ରକ ପୁଣେ ସ୍ଥିତ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିଛି । ଏହି ତିନୋଟି ଟ୍ରକରେ ଶୀତତାପ ନିୟନ୍ତ୍ରିତା ସକାଳ ୫ଟା ପୂର୍ବରୁ ଏହି ଟ୍ରକ ସେରମଷ୍ନଷ୍ଟିଚୁ୍ୟଟରୁ ବାହାରିଥିଲା ।ଏହି ସମୟରେ ପୂଜା ହୋଇଥିଲା । ତିନୋଟି ଟ୍ରକରେ ୪୭୮ ବକ୍ସ ଥିଲା ।ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ । ବିମାନବନ୍ଦରରୁ ସକାଳ ୧୦ଟା ସୁଦ୍ଧା ଦେଶର ୧୩ଟି ସ୍ଥାନକୁ ଏହି ଟିକା ପଠାଯାଇଛି । ପୁଣେରୁ ଏହି କୋଭିସିଲ୍ଡ ଟିକା ଦିଲ୍ଲୀ , ଅହମ୍ମଦାବାଦ, କୋଲକାତା , ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହାଟି, ଲକ୍ଷୌ , ଚଣ୍ଡିଗଡ ଏବଂ ଭୁବନେଶ୍ୱର ରହିଛି । ତେବେ ପ୍ରଥମ ବ୍ୟାଚ ଟିକା ଏୟାର ଇଣ୍ଡିଆ କାର୍ଗୋ ବିମାନ ଦ୍ୱାରା ଅହମ୍ମଦାବାଦକୁ ପୁଣେରୁ ଆସୁଛି । ମଙ୍ଗଳବାର ସକାଳ ୧୦.୪୫ ସମୟରେ ଅହମ୍ମବାଦରେ ଟିକା ପହଂଚିଛି । ସେହିପରି ଭୁବନେଶ୍ୱରରେ ଏହି ଟିକା ଅପରାହ୍ନ ୪ଟାରେ ପହଂଚିବ ।