ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗଲୁରୁକୁ ଉଡିଲା ବିମାନ


ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଲୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ଟାରେ ପହଞ୍ଚିଛି । ୭୩ ଯାତ୍ରୀଙ୍କୁ ଧରି ମୁମ୍ବାଇରୁ ବିମାନ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛି ।
ସେହିପରି ୧୦୫ ଯାତ୍ରୀ ଝାରସୁଗୁଡା ବିମାନବନ୍ଦରକୁ ମୁମ୍ବାଇ ଯିବେ । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ-୭୩୭, ସପ୍ତାହକୁ ୪ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଦିନରେ ବେଙ୍ଗଲୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିଦେ୍ର୍ଧଶକ କିଶୋର ସେନାପତି ।
୍ରଆଜି ବିମାନ ବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବରଗଡ ସାଂସଦ ସୁରେଶ ପୂଜାରୀ ତଥା ୪ଜଣ ବିଧାୟକଙ୍କ ସମେତ ବିଭିନ୍ନ କର୍ପୋରେଟ୍ ହାଉସ୍ର ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

twelve − eleven =