ଜଗତସିଂହପୁର: ଗତ ୯ତାରିଖ ରାତ୍ରିରେ ଜନସେବାକେନ୍ଦ୍ର ଦୋକାନ ଗୃହ ଭାଙ୍ଗି ଅନନ୍ତପୁର ଫାଣ୍ଡି ଅଞ୍ଚଳରୁ ଜେରକ୍ସ ମେସିନ ସହ ପ୍ରାୟ ୭୦ ହଜାର ଟଙ୍କା ଚୋରୀ ହୋଇଥିବା କଥା ଅନନ୍ତପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ଠାରୁ ଜଣା ପଡିଛି । ଏହି ସମ୍ପର୍କରେ ବ୍ରାହ୍ମଣ୍ଡୀ ଗ୍ରାମର ଧନେଶ୍ୱର ସାହୁଙ୍କ ଠାରୁ ମିଳିଥିବା ଏତଲା ଅନୁଯାୟୀ କୌଣସି ଦୁର୍ବୁତ ଦୋକାନ ଭାଙ୍ଗି ଏତାଦୃଶ ୭୦ ହଜାର ଟଙ୍କାର ସାମଗ୍ରୀ ସମେତ ୧୦ ହଜାର ୫୦୦ ଟଙ୍କା ଲୁଟ କରିଥିବାର ପୋଲିସ ସୁତ୍ରରୁ ପଡିଛି । ଏଥି ନିମନ୍ତେ ସନେ୍ଦହରେ ପାଟପୁର ଘେରିରେ ଜନୈକ ଯୁବକକକୁ ପୋଲିସ ଗିରଫ କରିଛି । ସମ୍ପୃକ୍ତ ଯୁବକ ଜଣକ ପାଟପୁର ଘେରିକରିଥିବା କୁନା ପାତ୍ରଙ୍କ ଘେରିରେ ରାତ୍ର ଜଗୁଆଳ ଭାବେ କାମ କରେ । ତାର ସେହି ବ୍ରାହ୍ମଣ୍ଡୀ ଚୋରୀ ସହ ସମ୍ପୃକ୍ତ ଥିବା ସନେ୍ଦହରେ ଆଇ:ଆଇ:ସି ସର୍ବେଶ୍ୱର ବେହେରା ସମ୍ପୃକ୍ତ ଯୁବକକୁ ପଚରା ଉଚୁରା କରି ଚୋରୀ ସକ୍ରାନ୍ତରେ ବିଶେଷ ତଥ୍ୟ ଆଦାୟ ପାଇଁ ପ୍ରଚେଷ୍ଟା କରୁଥିବା କଥା ପୋଲିସ କହିଛି । ହେଲେ ପ୍ରକୃତ ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନାହିଁ ।