ମୁମ୍ବଇ:  ଲକଡାଉନ ସମୟରେ ଅସହାୟ ଲେକଙ୍କୁ  ସହାୟତା କରି ଚର୍ଚ୍ଚା ସାଉଁଂଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛି ବିଏମସି  । ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ  ଦାଖଲ କରି ବିଏମସି ସୋନୁ ସୁଦଙ୍କୁ ଅଭ୍ୟାସଗତ ଅପରାଧୀର ଆକ୍ଷା ଦେଇ କହିଛନ୍ତି ଯେ ସେ ବାରମ୍ବାର କାର୍ଯ୍ୟାନୁÂାନ ସତ୍ୱେ ଜୁହୁରେ ଏକ ବେଆଇନ ବିଲ୍ଡିଂ ନିର୍ମାଣ କରୁଥିବା କହିଛି  ।  ବିଏମସି ତା’ର ସତ୍ୟପାଠରେ କହିଛି, ସୋନୁ ସୁଦ୍ ଜଣେ ଅଭ୍ୟାସଗତ ଅରାଧୀ ଏବଂ ବେଆଇନ ଭାବେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି  ।ସେ ଲାଇସେନ୍ସ ବିଭାଗର ବିନା ଅନୁମତିରେ ଭଙ୍ଗା ଯାଇଥିବା ଜାଗାକୁ ପୁଣିଥରେ ବେଆଇନ ଭାବେ ନିର୍ମାଣ କରି ଏହାକୁ ଏକ ହୋଟେଲ ଭାବେ ବ୍ୟବହାର ଚାହୁଁଥିବା ବିଏମସି ତା’ର ସତ୍ୟପାଠରେ ଦର୍ଶାଇଛି  । ଏହି ବିବାଦ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଅଭିନେତା ସୋନୁ ସୁଦ୍ ଏସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଛନ୍ତି  । ଦୁହିଁଙ୍କ ମଧ୍ୟରେ ୍ରାୟ ଅଧଘଂଟା ଧରି ଆଲୋଚନା ହୋଇଥିଲା  ।ଏହି ଆଲୋଚନାରେ ସୋନୁ ଏନସିପି ମୁଖ୍ୟଙ୍କୁ କୌଣସି ବେଆଇନ ନିର୍ମାଣ କରିନଥିବା କହିଛନ୍ତି  । କିଛି ଲୋକେ ତାଙ୍କୁ ବଦନାମ କରିବାକୁ ଚାହୁଁଥିବା ସୋନୁ କହିଛନ୍ତି  । ଗତବର୍ଷ  ଅକ୍ଟୋବର ମାସରେ ବିଏମସି ସୋନୁ ସୁଦଙ୍କୁ ନୋଟିସ କରିଥିଲା  । ଏହି ନୋଟିସ୍ ବିରୋଧରେ ସୋନୁ ଗତ ଡିସେମ୍ବରରେ ସିଭିଲ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ , କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ । ଏହା ରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା  । ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା  । ଏହି ମାମଲାରେ ବମ୍ବେ ହାଇକୋର୍ଟ ବିଏମସିକୁ ସତଞ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଧଶ ଦେଇଥିଲେ  । ଏହି ମାମଲାରେ ବିଏମସି ସୋନୁଙ୍କ ବିରୋଧରେ ଜୁହ ପୁଲିସ ଷ୍ଟେସନରେ ଅଭିଯୋଗ 
ଦାୟର କରିଥିଲା  । ସୋନୁଙ୍କ ବିରୋଧରେ ଏବି ନାୟର ରୋଡରେ ଶକ୍ତି ସାଗର ବିଲ୍ଡିଂକୁ  ବିନା ଅନୁମତିରେ ହୋଟେଲ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି  । ଏହି ବିଲ୍ଡିଂ ୬ମହଲା ବିଶିÂ ହୋଇଥିବା ବେଳେ ଏହାକୁ ବ୍ୟବସାୟୀକ ବ୍ୟବହାର କରାଯାଇପାରିବ ନାହିଁ କୋଲି ବିଏମସି ତାର ଅଭିଯୋଗରେ କହିଥିଲା  ।ଏପରିକି ନୋଟିସ୍ ଦେବା ସତ୍ୱେ ସୋନୁ ଏହି ବିଲ୍ଡିଂରେ ବେଆଇନ୍  ନିର୍ମାଣ ଜାରି ରଖିଥିବା ବିଏମସି ଅଭିଯୋଗ କରିଥିଲା  ।
 
			