ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାନ୍ତ

କଟକ: ଆଉ ନାହାନ୍ତି ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ଆଜି ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର ବଡ ମେଡିକାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଯେଉଁକାରଣରୁ ଆଜି ଅପରାହ୍ନ ୪.୧୫ ମିନିଟରେ ସେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ଗତ ଡିସେମ୍ବର ୨୫ ତାରିଖରେ ଡି.ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇଥିଲେ । ଯାହା ପରେ ତାଙ୍କ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ସେହି ସମୟରେ ହୋଇଥିବା କରୋନା ଟେଷ୍ଟରେ ପଜିଟିଭ ଆସିଥିଲା । ପରେ ତାଙ୍କୁ ଏସସିବି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତି କରଯାଇଥିଲା । ଏହାଛଡା ତାଙ୍କର ତ୍ଲଡ ସୁଗାର ଓ ବ୍ଲଡ ପ୍ରେସର ମଧ୍ୟ ରହିଥିବାରୁ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ଏହାସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ତେବେ କିଛି ଦିନ ତଳେ ତାଙ୍କର କୋଭିଡ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ଯାହା ରେ ତାଙ୍କୁ ସେଂଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା କରାଯାଇଥିଲା । ଏହା ପୂର୍ବରୁ ଆଜି ଆଖି ବୁଜିଛନ୍ତି ଡି. ପ୍ରକାଶ ରାଓ ।

Leave A Reply

Your email address will not be published.

17 + 13 =