୧୬ରୁ ଟିକାକରଣ, ସବୁ ଜିଲ୍ଲାରେ ପହଁଚିଲା ଟିକା

ଆସନ୍ତା ଶନିବାର ୧୬ ତାରିଖଠାରୁ ରାଜ୍ୟରେ କୋଭିଡ୍‍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସବୁ ଜିଲ୍ଲାରେ ଟିକା ପହଂଚି ସାରିଥିବା ଜଣାପଡିଛି। ରାଜ୍ୟର ୧୬୦ଟି ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ରାଜ୍ୟ ସରକାର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସପିଟାଲରୁ ସିଧାସଳଖ ସୂଚନା ପାଇବା ପାଇଁ ‘ଟୁ ୱେ କମ୍ୟୁନିକେସନ୍‍’ ବ୍ୟବସ୍ଥା କରାଯାଇଛି।

ରାୟଗଡା
ସୂଚନା ଅନୁଯାୟୀ ରାଜ୍ୟକୁ ଏବେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୮ ହଜାର ଡୋଜ୍‍ ରାଜ୍ୟକୁ ମିଳିଛି। ପର୍ଯ୍ୟାୟକ୍ରମେ ୩ ଲକ୍ଷ
୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାୟଗଡା ଜିଲ୍ଲାରେ ୫ହଜାର ୪୦୦ ଟୀକା
ପହଞ୍ଚିସାରିଛି। ସେହି ଜିଲ୍ଲାରେ ୮ହଜାର ୩୦ଜଣ କୋଭିଡ ଯୋଦ୍ଧା ଟୀକା ନେବା ଲାଗି ପଞ୍ଜୀକୃତ ହୋଇଛନ୍ତି। ୭ଟି ଟିକାକରଣ କେନ୍ଦ୍ରରେ ଟୀକାଦାନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ପରବର୍ତ୍ତୀ ସମୟରେ ଏହି କେନ୍ଦ୍ର ସଂଖ୍ୟା ୧୭କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଟିକା ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିବା ଜଣାପଡିଛି।

ଗଜପତି
ଗଜପତି ଜିଲ୍ଲାରେ ଟୀକାକରଣ ପାଇଁ ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ ଟୀକା ଆସି ପହଞ୍ଚିଛି। ଗଜପତି ଜିଲ୍ଲାପାଇଁ ମୋଟ ୬୯୫୩ଟି ଟୀକା ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାକୁ ମୋଟ ୪୫୦୦ ଟି କରୋନା ଟୀକା ଆସିଛି। ଏହି ଟିକାଗୁଡିକୁ ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓଙ୍କ କାର୍ୟ୍ୟାଳୟ ପରିସରରେ ଥିବା ଟୀକା ସଂରକ୍ଷଣ କେନ୍ଦ୍ରର ଟୀକା ଭଣ୍ଡାର ଗୃହରେ ଶୀତଳିକରଣ ପ୍ରକ୍ରିୟାରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।। ଆସନ୍ତା ୧୬ ତାରିଖ ଦିନ ଗଜପତି ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ଟି ଟୀକାକରଣ କେନ୍ଦ୍ର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋହନା, ରାୟଗଡ ଓ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ଯେ, ଗଜପତି ଜିଲ୍ଲାରେ କୋଭିଡ ପୋର୍ଟାଲରେ ମୋଟ ୬୯୫୩ ଜଣ ହିତାଧିକାରୀ ଏହି ଟୀକାକରଣ ପାଇଁ ପଞ୍ଜିକୃତ ହୋଇଛନ୍ତି। ଏହି ଟୀକାକରଣ କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗୀୟ ଆଗଧାଡ଼ିର କରୋନା ଯୋଦ୍ଧା ତଥା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ, ଆଶା ଓ ଅଙ୍ଗନବାଡିମାନଙ୍କୁ ପ୍ରଥମ ପର୍ୟ୍ୟାୟରେ ଟୀକା ପ୍ରଦାନ କରାଯିବ। ଜିଲ୍ଲାରେ ଏହି ଟୀକାକରଣ କାର୍ୟ୍ୟକ୍ରମ ୨୭ଟି କେନ୍ଦ୍ର’ରେ ଅନୁଷ୍ଠିତ ହେବାକୁ ଥିବାବେଳେ କେବଳ ୧୬ ତାରିଖ ଦିନ ଜିଲ୍ଲାର ୪ ଟି କେନ୍ଦ୍ର’ରେ ୧୦୦ ଜଣ ଲେଖାଏଁ ୪୦୦ ଜଣଙ୍କୁ ଟୀକା ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି।

Leave A Reply

Your email address will not be published.

4 × three =