କୋକସରା: ବାଘ ବୁଲୁଛି, ବନବିଭାଗ ପାଖରେ ଖବର ନାହିଁ । ଲୋକେ ଭୟଭୀତ । କେତେବେଳେ ଶାବକ । କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ବସ୍ତି ଭିତରକୁ ପଶିଆସୁଛନ୍ତି । ଏପରି କି ଥାନା ଭିତରକୁ ବି ପଶିଆସୁଛନ୍ତି । ଏତେ ଘଟଣା ଘଟିଲା ପରେ ବି ବନପାଳ କିମ୍ବା ବନ ବିଭାଗର କୌଣସି ଅଧିକାରୀ ପାଖରେ ଖବର ନାହିଁଁ । ଜାନୁଆରୀ ୪ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ରାସ୍ତା କଲରାପତରିଆ ବାଘ ଦେଖି୍ଥିବା କିଛି ସ୍ଥାନୀୟ ଲୋକେ ଦାବି କରିଥିଲେ । ଏହାର ଭିଡିଓ ମଧ୍ୟ ସେମାନେ ପ୍ରମାଣ ଭାବେ ଦେଇଥିଲେ । ପରେ ଗତରାତିରେ ଆମପାଣି ଥାନା ଭିରତକୁ ଦୁଇ ଦୁଇଟି କଲାରାପତରିଆ ବାଘ ଶାବକ ପଶି ଆସିଥିଲେ, ଯାହା ଥାନାର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟଜ୍ କହୁଛି । ଦୁଇ ଶାବକ ଥାନା ଭିତରକୁ ପଶି ବୁଲାବୁଲି କରିବା ପରେ ଥାନାଧିକାରୀଙ୍କ ଗାଡ଼ିକୁ ମଧ୍ୟ ରାମ୍ପୁଡ଼ିଥିଲେ । ଏହାର ପ୍ରମାଣ ବି ସେଠାରେ ମହାଜୁଦ । ଏପରିକତ ଥାନା ପରିସରରେ ଶାବକଙ୍କ ପାଦଚିହ୍ନ ବି ଠାବ କରାଯାଇଛି । ତଥାପି ବନବିଭାଗ ଅଧିକାରୀମରାନ କହୁଛନ୍ତି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ, ତଦନ୍ତ ପରେ ହିଁ ଆମେ ସ୍ପଷ୍ଟ କହିପାରିବୁ । ସୂଚନାମତେ, ଗତରାତି ପ୍ରାୟ ୧୦ଟା ବେଳେ ଆମପାଣି ଥାନା ପରିସରକୁ ୨ଟି ବାଘ ଛୁଆ ପଶି ଆସିଥିଲେ । ପରେ ଧର୍ମଗଡ଼ ବନାଂଚଳ ଅନ୍ତର୍ଗତ ଆମପାଣି ରେଞ୍ଜ ସାହାଜଖୋଲି ସଂରକ୍ଷିତ ଜଙ୍ଗଲରେ ବାଘ ରହିଥିବା ସ୍ପଷ୍ଟ ହୋଇଛି । ଘଟଣା ପରେ ବନବିଭାଗରେ ଏକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛି । ଏନେଇ ଆମମପାଣି ବନପାଳ ଜଗନ୍ନାଥ ନାଗଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ସ୍ପଷ୍ଟ ଜଣାପଡିନାହିଁଁ ବୋଲି କହିଛନ୍ତି । ସେପଟେ ବାଘ ଏବଂ ଶାବକ ଜନବସତି ଆଖେପାଖେ ଏଭଳି ଭାବେ ଘୂରି ବୁଲିବା ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।