୭୩ତମ ସେନା ପ୍ରତିଷ୍ଠା ଦିବସରେ ବେଜିଂକୁ ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଳୀ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଭ୍କ ବଳିଦାନ ବ୍ୟର୍ଥ ଯିବନି । ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ସେନାମୁଖ୍ୟ । ଭାରତର ଚୀନ ମଧ୍ୟରେ ପ୍ରାୟ ୯ମାସ ଉପରେ ହେଲାଣି ବିବାଦ ଲାଗି ରହିଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ବଦଳାଇବାକୁ ଚାହୁଁଥିଲା ଚୀନ ଯାହାର ମୁହଁତୋଡ ଜବାବ ଦେଇଥିଲା ଭାରତ । ସୀମା ପାର ଆତଙ୍କବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ । ପଡୋଶୀ ରାଷ୍ଟ୍ର ଏବେବି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି ବୋଲି କହିଛନ୍ତି ନରଭଣେ । ଚୀନ୍ ସହିତ ଦୀର୍ଘ ୯ମାସ ହେଲା ଲାଗିରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବଡ ବୟାନ ଦେଇଛନ୍ତି । ଭାରତ କେବେ ହେଲେ ଯୁଦ୍ଧ ଚାହେଁ ନାହିଁ । କିନ୍ତୁ କୌଣସି ସୁପରପାୱାର ଯଦି ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ ତାହେଲେ ଦେଶର ଯବାନ ମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Leave A Reply

Your email address will not be published.

nineteen − 10 =