ବାଟକୁ ଆସୁନି “ମୋ ସାଇକଲ’: ଜବରଦଖଲରେ ଟ୍ରାକ୍

ଭୁବନେଶ୍ୱର: ରାଜଧାନୀବାସୀ ମୋ ସାଇକଲ ଚଢ଼ିବେ । ପ୍ରଦୂଷଣ କମିବ । ବାସିନ୍ଦାଙ୍କ ମନ ଏବଂ ଶରୀର ସୁସ୍ଥ ରହିବ । ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ·ଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ହେଲେ ବାସ୍ତବ ସ୍ଥିତି ଓଲଟାୟ ୨ହଜାର ମୋ ସାଇକଲ ଏବଂ ରାହାଗିରି, ପଥୋତ୍ସବ ନିମନ୍ତେ ଆସିଥିବା ୪ଶହରୁ ଊର୍ଦ୍ଧ୍ୱ ସାଇକଲ ବାଟକୁ ଆସୁନି । ବିଏମ୍ସି କାର୍ଯ୍ୟାଳୟ ଏବଂ ବିଭିନ୍ନ ରାସ୍ତାକଡ଼ରେ ଖତ ଖାଉଛି ସାଇକଲୟ ମୋ ସାଇକଲ ଖୋଜାଯାଉଛି ବୋଲି ବିଏମ୍ସି କହୁଛି । ନିଜ ସାଇକଲର ହିସାବ ରଖୁ ନ ଥିବା ବିଏମ୍ସି ସହରରେ ସାଇକଲ ·ଳନା ବୃଦ୍ଧି କରି ସାଇକଲ ସଂସ୍କୃତି ସୃଷ୍ଟି ଲକ୍ଷ୍ୟରେ ପ୍ରତି ଶୁକ୍ରବାର “ସାଇକଲଗିରି’ କାର୍ଯ୍ୟକ୍ରମ କରୁଛି । ବଛାବଛା ସାଇକେଲ ·ଳକ ଏବଂ ସାଇକେଲପ୍ରେମୀଙ୍କୁ ସାମିଲ କରାଯାଇ ପ୍ରତିଯୋଗିତା ହେଉଛି । ସହରରେ ବଡ଼ବଡ଼ ହୋର୍ଡିଂ ମଧ୍ୟ ଲାଗିଛି । ହେଲେ ସାଇକଲ ପଥରେ ଗଡୁ ନ ଥିବା ଦେଖିବାକୁ ମିଳୁଛି । ସାଇକଲ ·ଳନା ନିମନ୍ତେ ରାସ୍ତା ସୁଗମ ନାହିଁ । କେଉଁଠି ଉଠାଦୋକାନୀଙ୍କ କବ୍ଚାରେ ତ ଅ ।ଉ କେଉଁ ଟାଇଲ୍ ଉଠି ଗଲାଣି । ୨୬ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ପବ୍ଲିକ୍ ବାଇସାଇକଲ୍ ସେୟାରିଂ(ପିବିଏସ୍) ଅ ।ରମ୍ଭ ହୋଇଥିଲା । ୟାନା ଓ ୟୁଲୁ କମ୍ପାନୀର ୫୦୦ ଲେଖାଏଁ ଏବଂ ହେrିର ୧୦୦୦ ଏପରି ମୋଟ ୨ହଜାର ମୋ ସାଇକଲ କିଣିଥିଲା ସ୍ମାର୍ଟସିଟି । କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ମୋ ସାଇକଲ ପରି·ଳନା ଦାୟିତ୍ୱ ଦିଅ ।ଯାଇଥିଲା । ଏହି ସାଇକଲ ମଧ୍ୟରୁ ଏବେ ୧୬ଶହ କାର୍ଯ୍ୟକାରୀ ଅବସ୍ଥାରେ ଥିବାବେଳେ ୪୦୦ ମରାମତି ହେଉଛି । ଶିଶୁଭବନ ଛକଠାରୁ ବାଣୀବିହାର ଏବଂ ପଟିଅ । ଛକଠାରୁ ଇନ୍ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍ର ଉନ୍ନତି ହୋଇଛି ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି । ରାହାଗିରି ଏବଂ ପଥ ଉତ୍ସବ ନିମନ୍ତେ ପାଖାପାଖି ୪ଶହ ସାଇକଲ ବିଏମ୍ସି ହାତକୁ ଆସିଥିଲା । କିଛି ସଂସ୍ଥା ଏବଂ ବ୍ୟକ୍ତିବିଶେଷ ବିଏମ୍ସିକୁ ସାଇକଲ ଦେଇଥିଲେୟ ହେଲେ ଏଗୁଡ଼ିକ ଏବେ ବିଏମ୍ସି ସଙ୍ଗାରେ ପଡ଼ିଛି । ବର୍ତ୍ତମାନ ଆଉ ପାଖାପାଖି ଦେଢ଼ ଶହ ସାଇକଲ ଥିଲେ ବି ଏଗୁଡ଼ିକ ଅଚଳ ଅବସ୍ଥାରେ ଅଛିୟ ମରାମତି କାମ ·ଲିଛି । ରାଜଧାନୀର ପ୍ରମୁଖ ଛକ ଏବଂ ମୋ ବସ୍ ଷ୍ଟପ୍ ନିକଟରେ ମୋ ସାଇକଲ ନିମନ୍ତେ ପାଖାପାଖି ୪୦୦ ଷ୍ଟେସନ ରହିଛି । ପ୍ରତି ସାଇକଲରେ ଜିପିଏସ୍ ସିଷ୍ଟମ୍ ଥିବାବେଳେ ଏଗୁଡ଼ିକ ଏବେ ଅଚଳ ଅବସ୍ଥାରେ ରହିଛି । ଫଳରେ ·ଳକ ମୋ ସାଇକଲ ଭଡ଼ାରେ ନେଇପାରୁ ନାହାନ୍ତି । ଜିପିଏସ୍ ଅଚଳ ଥିବାରୁ କେଉଁ ସାଇକଲ କେଉଁଠି ପଡ଼ିଛି ତା’ର ଖୋଜ୍ ଖବର ବିଏମ୍ସି ନିକଟରେ ରହୁନାହିଁ । ଏହାର ଫାଇଦା ନେଇ ଦୁର୍ବୃତ୍ତ ସାଇକଲ ଚୋରି କରି ନେଇଯାଉଛନ୍ତି । ପାଖାପାଖି ୨ଶହରୁ ଊର୍ଦ୍ଧ୍ୱ ସାଇକଲର ହିସାବ ବିଏମ୍ସି ପାଖରେ ନ ଥିବା ଜଣାପଡ଼ିିଛି ।

Leave A Reply

Your email address will not be published.

1 × three =