ରାଜ୍ୟ ସଂଗ୍ରହାଳୟ ଖୋଲିବାରେ ବିଳମ୍ବ : ଏସ୍ଆରସିଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ କମିଲା । ଏଥିନେଇ ଜାରି କରାଯାଇଥିବା ନିୟମକୁ କୋହଳ କରାଗଲା । ରାଜ୍ୟରେ ବିଦ୍ୟାଳୟ ଖୋଲିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଲା । ପ୍ରେକ୍ଷାଳୟରେ ବସି ଦର୍ଶକ ଚଳଚ୍ଚିତ୍ର ଦେଖିଲେ । ସର୍ବୋପରି ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲିଥିବାବେଳେ ରାଜ୍ୟ ସଂଗ୍ରହାଳୟ ଖୋଲିବା ନେଇ ଏବେବି ଦ୍ୱନ୍ଦ୍ୱ ରହିଛି । ଏହା କେବେ ଖୋଲିବ ତାହା ଏଯାବତ୍ ଜଣାପଡି ନ ଥିବାବେଳେ ଏସ୍ଆରସିଙ୍କ ନିକଟରେ ଫାଇଲ ଅଟିକିଛି । ଏଣେ ସଂସ୍କୃତ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିରବ ବସିଛି । ପ୍ରାଚୀନ କଳିଙ୍ଗର ଇତିହାସ ତଥା ଇତିବୃତ୍ତ ସାଉଁଟି ଧରିଛି ରାଜ୍ୟ ସଂଗ୍ରହାଳୟ । ଏହାର ଝଲକ୍ ପାଇବାକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି । ୨୦୧୯ରେ ରାଜ୍ୟ ସଂଗ୍ରହାଳୟକୁ ଆସିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ । ବିଶେଷ କରି ଚଳଚ୍ଚିତ୍ର, ପୋଥି ଏବଂ ପାଇକ ଗ୍ୟାଲେରୀ ଅଧିକ ସଂଖ୍ୟକ ପର୍ଯ୍ୟଟକ ପରିଦର୍ଶନ କରିଥିଲେ । ୨୦୧୯ ଜାନୁଅ।ରୀ ମାସରୁ ଡିସେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ୪୦ ହଜାର ପର୍ଯ୍ୟଟକ ପରିଦର୍ଶନ କରିଥିଲେ । ଏଥିରେ ୮୦୦ ବିଦେଶୀ ପର୍ଯ୍ୟଟକ ମଧ୍ୟ ଥିଲେ । କିନ୍ତୁ ୨୦୨୦ରେ ଦୁଇମାସ ବ୍ୟତୀତ କରୋନା ପାଇଁ ସଂଗ୍ରହାଳୟ ବନ୍ଦ ରହିଛି । ପର୍ଯ୍ୟଟକ ନ ଆସିବା ଯୋଗୁଁ ରାଜସ୍ୱ ହାନି ହୋଇଛି । ସଂଗ୍ରହାଳୟ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ ଦାସ କହିଛନ୍ତି ସଂଗ୍ରହାଳୟ ଖୋଲିବା ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି । ସେଠାରୁ ଅନୁମତି ମିଳିଲେ ଏହା ଖୋଲାଯିବ ।ଇତିମଧ୍ୟରେ ସଂଗ୍ରହାଳୟ ଏହାର ଅଧୁରା ଥିବା କାର୍ଯ୍ୟକୁ ଶେଷ ସ୍ପର୍ଶ ଦେଉଥିବାବେଳେ ନୂଅ । ଗ୍ୟାଲେରୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରବେଶ ପଥର ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ନୂଆ ରୂପ ପ୍ରଦାନ କରାଯାଇଛି । ସଂଗ୍ରହାଳୟ ପରିସରରେ ଥିବା ଉଦ୍ୟାନକୁ ଆକର୍ଷିତ କରିବା ପାଇଁ ଫୁଲ କୁଣ୍ଡମାନ ରଖାଯାଇଛି । ପୂର୍ବରୁ ନୌବାଣିଜ୍ୟ ଗ୍ୟାଲେରୀ ଖୋଲିଥିବାବେଳେ ଚଳିତ ବର୍ଷ ୫ଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା ରହିଛି । ସୃଜନଶୀଳ ଅ।ର୍ଟ ଗ୍ୟାଲେରୀ, ଗାନ୍ଧୀ ଗ୍ୟାଲେରୀ, ଇନଟାଞ୍ଜିବଲ ଐତିହ୍ୟ ଗ୍ୟାଲେରୀ, ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ପଟ୍ଟଚିତ୍ର ଗ୍ୟାଲେରୀ ଖୋଲାଯିବ ବୋଲି ସଂଗ୍ରହାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ କାଫେଟରିଆ ସହିତ ଶୋଭେନିୟମର ସପ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ଚଳିତ ବର୍ଷ ସଂଗ୍ରହାଳୟର ଶୋଭାବର୍ଦ୍ଧନ କରିବ । ଏହାବାଦ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସଂଗ୍ରହାଳୟ ସମ୍ପର୍କରେ କ୍ୟାଟେଲଗ ପ୍ରସ୍ତୁତ କରାଯାଇ ରାଜଧାନୀ ତଥା ରାଜ୍ୟରେ ଥିବା ବିଭିନ୍ନ ହୋଟେଲକୁ ପ୍ରଦାନ କରାଯିବାକୁ ପ୍ରସ୍ତୁତି ·ଲିଛି । ଯାହାଦ୍ୱାରା ପର୍ଯ୍ୟଟକ ସମ୍ପୃକ୍ତ କ୍ୟାଟେଲଗକୁ ଦେଖି ସଂଗ୍ରହାଳୟ ପ୍ରତି ଅ।କୃଷ୍ଟ ହେବେ ।

Leave A Reply

Your email address will not be published.

nine − 8 =