ବିସ୍ତାପିତଙ୍କ ପାଇଁ ଲଢେଇ ଜାରୀ ରଖିବି : ନିରଞ୍ଜନ

ସୁନ୍ଦରଗଡ : ଦେଶ ତଥା ରାଜ୍ୟରେ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର ଚାଲିଛି । ଲୋକେ ଟଙ୍କା ନେଇ ଭୋଟ ଦେଉଛନ୍ତି । ଫଳରେ କଂଗ୍ରେସ ସରକାର ରାଜ୍ୟରେ ୨୦ ବର୍ଷ ହେବ କ୍ଷମତାରେ ନାହିଁ । ରାଜ୍ୟରେ କି ଦେଶରେ ଯାହା କିଛି ବିକାଶ ଘଟିଛି ସେସବୁ କଂଗ୍ରେସ ଅମଳରେ । ଏବେ ଆମ ମୁଣ୍ଡରେ ସିନ୍ଦୁର ନାହିଁ କି ହାତରେ ସଙ୍ଖା ନାହିଁ । ତଥାପି ଲୋକଙ୍କ ପାଇଁ, ଲୋକଙ୍କ ସାଥିରେ ଆମେ ସବୁ ବେଳେ ଠିଆ ହୋଇ ଆସିଛୁ ବୋଲି କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର ବୁଡି ଅଞ୍ଚଳ ଚମକପୁର ଗ୍ରାମ ପରିଦର୍ଶନ କରି ଏକ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିସ୍ଥାପିତମାନଙ୍କୁ ଏକ ପ୍ରସଙ୍ଗକ୍ରମେ ଏହା କହିଛନ୍ତି । ଏହି ବୃହତ ଜଳସେଚନ ପ୍ରକଳ୍ପଟି ପୂର୍ଣ୍ଣାଙ୍ଗ ହେଲେ ୮୦ ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବା ସହ ଏ ଅଞ୍ଚଳର ଚାଷିମାନେ ସ୍ୱାବଲମ୍ବି ହୋଇପାରିବେ । ତେବେ ଏହି ପ୍ରକଳ୍ପ ପାଇଁ ଭିଟାମାଟି ଛାଡିବାକୁ ପଡୁଥିବା ୧୬ଟି ଗ୍ରାମର ପ୍ରାୟ ୪ ହଜାର ପରିବାର କିଭଳି ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇପାରିବେ ତାହା ଏବେ ଏକ ବଡ ଆହ୍ୱାନ । ୧୬ଟି ଗ୍ରାମର ବିସ୍ଥାପିତମାନଙ୍କୁ ୧୨ଟି ବିସ୍ଥାପିତ କଲୋନୀରେ ଥଇଥାନ କରାଯାଇଥିବା ବେଳେ ସେଠାରେ ଲୋକମାନଙ୍କୁ କୌଣସି ମୌଳିକ ସୁବିଧା ଯୋଗାଇଦିଆଯାଇନାହିଁ ।ୂରଣ ଦେବାରେ ଅସମର୍ଥ ତେବେ ଜିଲା ଖଣିଜ ପାଣ୍ଠିରୁ ବିସ୍ଥାପିତମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପୈଠ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି । ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ସେ ଜିଲ୍ାପାଳଙ୍କୁ ଭେଟ କରି ଆଲୋଚନା କରିବେ ବୋଲି କହିବା ସହ ଯଦି ଜିଲ୍ଲାପାଳ ଏଥିରେ ସହମତ ନହୁଅନ୍ତୁ ଏ ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେ ଆହୁରି କହିଛନ୍ତି, ବିସ୍ଥାପିତମାନଙ୍କର ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ସେ ଚମକପୁର ଗ୍ରାମରେ ରହି ଲୋକଙ୍କ କଥା ବୁଝିବେ ବୋଲି ଦୃଢୋକ୍ତି ପ୍ରଦାନ କରିଛନ୍ତି । ତେବେ ଏହି ସଭାଟିରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, କଂଗ୍ରେସ ସଦସ୍ୟ ଗୁରୁବକ୍ସ ସିଂ ଆଲୁୱାଲିଆ, ଅଶୋକ କୁମାର ଠକର, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣୀ ବାରିକ୍, ବିଦ୍ୟାଧର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

11 − 2 =