୧୫୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଗ୍ରହଣ

ଜଗତସିଂହପୁର: ଜଗତସିଂହପୁର ସଦର ମହକୁମା ହସ୍ପିଟାଲ ଠାରେ ଗତ ୧୬ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସମେତ ୭୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ଆଜି ପ୍ରାୟ ୫୦ ଜଣରୁ ଉଦ୍ଧ୍ୱର୍ ସ୍ୱସ୍ଥ୍ୟକର୍ମୀ ନିଉଜ ଲେଖା ହେବା ପର୍ଯ୍ୟନ୍ତ ମଧ୍ୟରେ ଟିକା ନେଇଛନ୍ତି । ଜିଲ୍ଲାର ବାଲିକୁଦା, ବିରିଡି, ରଘୁନାଥପୁର ଏବଂ ପାରାଦ୍ୱୀପ, କୁଜଙ୍ଗ ଡାକ୍ତରଖାନାର ପ୍ରାୟ ୫୦୦୦ ହଜାର ୧୦୦ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟିକା ମହଜୁଦ ରହିଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡା କହିଛନ୍ତି । ତା ପରବର୍ତୀ ପର୍ଯ୍ୟାୟରେ ବରିÂ ନାଗରୀକ ପୋଲିସ ଷ୍ଟାପ ଏବଂ ସାମ୍ବାଦକମାନଙ୍କୁ ଟିକାକରଣ ବ୍ୟବସ୍ଥା ରହିଛି । ଏହି ସମ୍ପର୍କରେ ପାଶ୍ୱର୍ପ୍ରତିକି୍ରୟା କୌଣସି ପେସେଂଟ ଠାରୁ ବାହାରି ନାହିଁ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି । ଆଜି ଜଗତସିଂହପୁର ଜିଲ୍ଲାର ଶତାଧିକ ସ୍ୱାସ୍ଥ୍ୟକର୍ମୀମାନେ ଏକ ଦାବି ପତ୍ର ସିଡିଏମଓ ଡଃ ବିଜୟା ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ କୋଭିଡ ନିୟମ ଅନୁଯାୟୀ ସମସ୍ତ ସରକାରୀ ସୁବିଧା ଦେବାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନେତା ଅଜୟ କୁମାର ବେହେରା ଦାବି କରିଥିବାର ଜଣା ପଡିଛି ।

Leave A Reply

Your email address will not be published.

5 × 2 =