‘ହୁ’କୁ ଫେରିଲା ଆମେରିକା

ୱାଶିଂଟନ୍: ଆମେରିକା ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରେ ନିଜ ଦେଶକୁ ପୁନର୍ବାର ଅନ୍ତଭୁକ୍ତ କରିଛନ୍ତି । ଏ ସମ୍ପର୍କରେ ବାଇଡେନ୍ ଜାତିସଂଘ ମହାସଚିବ ଏଂଟୋନିଓ ଗୁଟେରସ୍ଙ୍କୁ ପତ୍ରଲେଖି ଅବଗତ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ପୂର୍ବରୁ ଯେମିତି ପାଣ୍ଠି ଯୋଗାଉଥିଲା ତାହା ପୁନର୍ବାର କାର୍ଯ୍ୟକାରୀ କରିବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି । ଗତ ବର୍ଷ କରୋନା ମହାମାରୀ ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚୀନ ପ୍ରତି ପକ୍ଷପାତ ନୀତିକୁ ବିରୋଧ କରି ତକôାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଗଠନରୁ ଓହରି ଆସିବା ସହ ପାଣ୍ଠିଯୋଗାଣ ବନ୍ଦ କରିଦେଇଥିଲେ । ଟ୍ରମ୍ପଙ୍କର ଏହି ନିଷ୍ପତିକୁ ବାଇଡେନ୍ରଦ୍ଧ କରିଛନ୍ତି ।
ବାଇଡେନଙ୍କ ଚିଠିର ଉତର ଦେଇ ଗୁଟେରସ୍ ଆମେରିକାର ଏହି ନିଷ୍ପତିକୁ ସ୍ୱାଗତ କରିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ପ୍ରତି ବର୍ଷୟ ପ୍ରାୟ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଅନ୍ୟ ଏକ ନିଷ୍ପତିକ୍ରମେ ବାଇଡେନ୍ ପ୍ୟାରିସ୍ ଜଳବାୟୁ ରାଜିନାମାରେ ପୁନଃ ସାମିଲା ହେବାକୁ ନିଷ୍ପତି ଗ୍ରହଣ କରିଛନ୍ତି, ଯାହାକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ସାମିଲ ହେବାକୁ ନିଷ୍ପତି ଗ୍ରହଣ କରିଛନ୍ତି, ଯାହାକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ରାଜିନାମାରୁ ଓହରି ଯିବା ପାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.

7 + 14 =