ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ

ଖୋର୍ଦ୍ଧା/ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ। ଦଳେଇପୁଟ ନିକଟରେ ୨ଟି ଦନ୍ତା ହାତୀ ରାସ୍ତା ଉପରେ ବୁଲୁଥିଲେ। ହାତୀ ଦୁଇଟିକୁ ଦେଖି ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ। ତେବେ ହାତୀ ଦୁଇଟି କାହାର କିଛି କ୍ଷତି କରି ନାହାନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ହାତୀକୁ ଜରିପୁଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ଏହାପରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାତୀମାନେ ବରାବର ରାସ୍ତା ଉପରକୁ ଚାଲି ଆସୁଛନ୍ତି । ଗାଁ ଭିତରେ ବି ପଶୁଛନ୍ତି ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ଅଞ୍ଚଳରୁ ଏମିତି ଖବର ଆସୁଛି।

Leave A Reply

Your email address will not be published.

fifteen − eight =